Advertisment

ଦମ୍ପତିଙ୍କ ସାଂଘାତିକ ଖେଳ: ଘରକୁ ଡାକି ଭୟଙ୍କର ନିର୍ଯାତନା ଦେବା ପରେ କରୁଥିଲେ ଲୁଟ୍‌

୨ ଜଣ ଯୁବକଙ୍କୁ ଘରକୁ ଡାକି ବେଶ ଫିଲ୍ମ ଷ୍ଟାଇଲରେ ଦମ୍ପତି କରିଛନ୍ତି ଲୁଟ। ସେମାନଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହ ଗୁପ୍ତାଙ୍ଗ ସମେତ ଶରୀରରେ ବିଭିନ୍ନ ସ୍ଥାନରେ ଷ୍ଟାପଲ କରି ଦେଇଛନ୍ତି ନିର୍ଯାତନା।

Reshmi

Reshmi

Advertisment

ସାମ୍ନାକୁ ଆସିଛି ଦମ୍ପତିଙ୍କ ସାଂଘାତିକ କାରନାମା। ଲୁଟ ପାଇଁ ଦମ୍ପତି ଘଟାଇ ଚାଲିଥିଲେ ଜଘନ୍ୟକାଣ୍ଡ। ୨ ଜଣ ଯୁବକଙ୍କୁ ଘରକୁ ଡାକି ବେଶ ଫିଲ୍ମ ଷ୍ଟାଇଲରେ ଦମ୍ପତି କରିଛନ୍ତି ଲୁଟ। ସେମାନଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହ ଗୁପ୍ତାଙ୍ଗ ସମେତ ଶରୀରରେ ବିଭିନ୍ନ ସ୍ଥାନରେ ଷ୍ଟାପଲ କରି ଦେଇଛନ୍ତି ନିର୍ଯାତନା। ସେମାନଙ୍କ କଟା ଘାରେ ଚୂନ ମାରିବା ଭଳି ଲଙ୍କାଗୁଣ୍ଡର ସ୍ପ୍ରେ ମଧ୍ୟ କରିଛନ୍ତି। ଲୁଟ ପାଇଁ ଏସବୁ କରିଥିବା କେନ୍ଦ୍ରୀୟ କେରର ଦମ୍ପତିଙ୍କୁ ଶେଷରେ ପୁଲିସ୍‌ ଗିରଫ କରିଛି।

Advertisment

ଗିରଫ ଦୁଇ ଅଭିଯୁକ୍ତ ହେଲେ ଜୟେଶ ଓ ରେଶମି। ସେମାନେ କୋଇପୁରମ ନିକଟ ଚାରାଲାକୁନ୍ନୁ ଅଞ୍ଚଳରେ ରୁହନ୍ତି। ଦୁଇ ପୀଡ଼ିତଙ୍କୁ ଉଭୟ ବିଭିନ୍ନ ଉପାୟରେ ଘରକୁ ଡାକି ସେମାନଙ୍କ ସହ ଏଭଳି କାଣ୍ଡ ଘଟାଇଛନ୍ତି।

ଦମ୍ପତିଙ୍କ ନିର୍ଯାତନାର ପ୍ରଥମ ଶିକାର ବନିଥିଲେ ନୀଲାମପେରୋରରେ ରହୁଥିବା ଜଣେ ୧୯ ବର୍ଷୀୟ କିଶୋର। ରେଶମି ତାଙ୍କୁ ଘରକୁ ଡାକିଥିଲେ। ସେ ପହଞ୍ଚିବା ପରେ ତାଙ୍କୁ ବଳପୂର୍ବକ ରେଶମିଙ୍କ ସହ ଯୌନକ୍ରୀଡ଼ା କରିବାକୁ ବାଧ୍ୟ କରାଯାଇଥିଲା। ଏହାକୁ ଜୟେଶ ରେକର୍ଡ କରିଥିଲେ। ଏହାପରେ ତାଙ୍କୁ ଦମ୍ପତି ବାନ୍ଧି ଦେବା ସହ ଲୁହା ରଡ ଓ ସାଇକେଲ ଚେନରେ ମାଡ଼ ମାରିଥିଲେ। ଗୋଟିଏ ଦା’ ଦେଖାଇ ଡରାଇଥିଲେ ଓ ଲୁଙ୍କା ଗୁଣ୍ଡା ସ୍ପ୍ରେ କରି ତାଙ୍କ ଠାରୁ ୧୯ ହଜାର ଟଙ୍କା ଲୁଟ କରିଥିଲେ। ଶେଷରେ ତାଙ୍କୁ ଗୋଟିଏ ଅଟୋ ଷ୍ଟାଣ୍ଡରେ ଏକା ଛାଡ଼ି ଚାଲି ଯାଇଥିଲେ।

Advertisment

ଦ୍ୱିତୀୟ ପୀଡ଼ିତ ଜଣଙ୍କ ହେଲେ ଜୟେଶଙ୍କ ପୂର୍ବତନ ସହକର୍ମୀ। ଓନାମ ଦିନ ଉଭୟ ତାଙ୍କୁ ଘରକୁ ଡାକିଥିଲେ। ଏହାପରେ ତାଙ୍କ ଗୋଡ଼ହାତ ବାନ୍ଧି ମାଡ଼ ମାରିବା ସହ ଗୁପ୍ତାଙ୍ଗ ସମେତ ଶରୀରର ୨୩ଟି ସ୍ଥାନରେ ପିନ୍‌ ଦ୍ୱାରା ଷ୍ଟାପଲ କରିଥିଲେ। ତାଙ୍କ ଠାରୁ ଏପରି ଉପାୟରେ ଦମ୍ପତି କିଛି ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଲୁଟ କରିଥିଲେ।

ଏତେ ସବୁ ପରେ ମଧ୍ୟ ଦୁଇ ପୀଡ଼ିତ ଭୟରେ ମୁହଁ ଖୋଲି ନଥିଲେ। କିନ୍ତୁ ଜଣେ ହସ୍ପିଟାଲକୁ ଚିକିତ୍ସା ପାଇଁ ଯିବାରୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକ ଜଣଙ୍କ ପ୍ରଥମେ ପୁଲିସ୍‌କୁ ମିଛ କହିଥିଲେ। କିଛି ଅଜଣା ଲୋକ ତାଙ୍କୁ ମାଡ଼ ମାରିଥିବା କହି ପୂରା ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ।

ହେଲେ ପୁଲିସ୍‌ ତାଙ୍କ ସୁରକ୍ଷା ଗ୍ୟାରେଣ୍ଟୀ ଦେବା ସହ ବୁଝାସୁଝା କରିବାରୁ ସେ ସବୁ ସତ କହିଥିଲେ। ଏପରି ନିର୍ଯାତନା ପଛରେ ଜୟେଶ ଓ ରେଶମି ଅଛନ୍ତି ବୋଲି ସେ କହିବା ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସିଥିଲା। ଏହାପରେ ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଦମ୍ପତିଙ୍କୁ ଗିରଫ କରିଛି। ସେହିପରି ଉଭୟ ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Crime Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe