Advertisment

ଚଳନ୍ତା ଟ୍ରେନରେ ଗଣ୍ଡଗୋଳ, ଦୁଇ ଯୁବକଙ୍କ ତଣ୍ଟି କାଟିଦେଲେ ଦମ୍ପତି

ନାଗେଶ୍ୱର, ଚନ୍ଦ୍ରଶେଖରଙ୍କ ସମେତ ଉକ୍ତ ଦମ୍ପତି ବି ଗାନ୍ଧିଧାମ ପୁରୀ ଟ୍ରେନର ଗୋଟିଏ ବଗିରେ ବସିଥିଲେ। ହଠାତ୍ କୌଣସି କାରଣକୁ ଦେଇ ଦମ୍ପତିଙ୍କ ସହ ନାଗେଶ୍ୱର ଓ ଚନ୍ଦ୍ରଶେଖର ରାଓଙ୍କର କଥା କଟାକଟି ହୋଇଥିଲା।

author-image
Niharika Rout
Accused

Accused

ଚଳନ୍ତା ଟ୍ରେନ ଭିତରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ ନେଲା ରକ୍ତପାତର ରୂପ । ଅତର୍କିତ ଭାବେ ବ୍ଲେଡରେ ୨ ଯୁବକଙ୍କ ତଣ୍ଟି କାଟି ଦେଲେ ଦମ୍ପତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍ ନିକଟରେ ଗାନ୍ଧିଧାମ-ପୁରୀ ଟ୍ରେନରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଯାତ୍ରୀଦ୍ୱୟ ହେଲେ ନାଗେଶ୍ୱର ବେହେରା ଓ ବି. ଚନ୍ଦ୍ରଶେଖର ରାଓ । ସେମାନଙ୍କ ମଧ୍ୟରୁ ଜଣଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ଜଣଙ୍କ ଘର ଆନ୍ଧ୍ରରେ ବୋଲି ଜଣାଯାଇଛି।

Advertisment

ନାଗେଶ୍ୱର, ଚନ୍ଦ୍ରଶେଖରଙ୍କ ସମେତ ଉକ୍ତ ଦମ୍ପତି ବି ଗାନ୍ଧିଧାମ ପୁରୀ ଟ୍ରେନର ଗୋଟିଏ ବଗିରେ ବସିଥିଲେ। ହଠାତ୍ କୌଣସି କାରଣକୁ ଦେଇ ଦମ୍ପତିଙ୍କ ସହ ନାଗେଶ୍ୱର ଓ ଚନ୍ଦ୍ରଶେଖର ରାଓଙ୍କର କଥା କଟାକଟି ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଦମ୍ପତି ଚଗଲା ନାୟକ ଓ ମିନତି ନାୟକ ବ୍ଲେଡ ସାହାଯ୍ୟରେ ସେମାନଙ୍କ ତଣ୍ଟି କାଟି ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

Advertisment

ଏଥିସହ ଉକ୍ତ ଦମ୍ପତିଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

Bolangir Attack;