Advertisment

ରାଜନୈତିକ ହିଂସା; ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ବିଜେଡିର କର୍ମୀମାନେ ଏହି ଆକ୍ରମଣ କରିଥିବା ଜୟରାମ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Attack

Attack

Advertisment

ନିର୍ବାଚନ ସରିଯାଇଥିଲେ ମଧ୍ୟ ରାଜନୈତିକ ହିଂସା ଥମିନାହିଁ। ରାଜନୈତିକ ଆକ୍ରୋଶ ରଖି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ବଡଗୋପାଳ ସାହିରେ। ଆହତ ଦମ୍ପତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାତିରେ ଜୟରାମ ମାଝୀ ତାଙ୍କ ସ୍ତ୍ରୀ ହରପ୍ରିୟା ଘରେ ଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତମାନେ ଘରକୁ ପଶି ଆସି ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଦୁର୍ବୃତ୍ତମାନେ ଘରର ଆସବାବପତ୍ର ଭାଙ୍ଗି ନଷ୍ଟ କରି ଦେଇଥିଲେ। ପରେ ସେଠାରୁ ଚମ୍ପଟ ମାରିଥିଲେ।

ଆହତ ଜୟରାମ ତାଙ୍କ ସ୍ତ୍ରୀ ହରପ୍ରିୟାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଜୟରାମଙ୍କ ପୁଅ ସାବରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ବିଜେଡିର କର୍ମୀମାନେ ଏହି ଆକ୍ରମଣ କରିଥିବା ଜୟରାମ ଅଭିଯୋଗ କରିଛନ୍ତି। 

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe