ରାଜନୈତିକ ହିଂସା; ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ବିଜେଡିର କର୍ମୀମାନେ ଏହି ଆକ୍ରମଣ କରିଥିବା ଜୟରାମ ଅଭିଯୋଗ କରିଛନ୍ତି। 

Attack

ଆହତ ହରପ୍ରିୟାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

Tapaswini Nayak
  • Published: Friday, 07 June 2024
  • , Updated: 07 June 2024, 11:41 AM IST

ନିର୍ବାଚନ ସରିଯାଇଥିଲେ ମଧ୍ୟ ରାଜନୈତିକ ହିଂସା ଥମିନାହିଁ। ରାଜନୈତିକ ଆକ୍ରୋଶ ରଖି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ବଡଗୋପାଳ ସାହିରେ। ଆହତ ଦମ୍ପତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଜୟରାମ ମାଝୀ ତାଙ୍କ ସ୍ତ୍ରୀ ହରପ୍ରିୟା ଘରେ ଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତମାନେ ଘରକୁ ପଶି ଆସି ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଦୁର୍ବୃତ୍ତମାନେ ଘରର ଆସବାବପତ୍ର ଭାଙ୍ଗି ନଷ୍ଟ କରି ଦେଇଥିଲେ। ପରେ ସେଠାରୁ ଚମ୍ପଟ ମାରିଥିଲେ।

ଆହତ ଜୟରାମ ତାଙ୍କ ସ୍ତ୍ରୀ ହରପ୍ରିୟାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଜୟରାମଙ୍କ ପୁଅ ସାବରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ବିଜେଡିର କର୍ମୀମାନେ ଏହି ଆକ୍ରମଣ କରିଥିବା ଜୟରାମ ଅଭିଯୋଗ କରିଛନ୍ତି। 

Related story