/odisha-reporter/media/post_attachments/uploadimage/library/16_9/16_9_0/IMAGE_1689220276.jpg)
Elephant menace
ସ୍ୱାମୀ ଆଖି ଆଗରେ ସ୍ତ୍ରୀକୁ ଦଳିଦେଲା ଦନ୍ତା। ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ଅନ୍ତର୍ଗତ ଡେଙ୍ଗୁଳା ମୁଣ୍ଡାବସ୍ତିରେ ଏପରି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ କୋଇଡା ଥାନା ଡେଙ୍ଗୁଳା ମୁଣ୍ଡା ବସ୍ତିର ସୀତା ମୁଣ୍ଡା।
ଆଜି ଭୋର ସମୟରେ ଦନ୍ତା ହାତୀଟି ସୀତାଙ୍କ ଘର ପାଖରେ ଠିଆ ହୋଇଥିଲା। ସୀତା ଓ ତାଙ୍କ ସ୍ୱାମୀ ହାତୀଟିକୁ ଦେଖି ଦୌଡ଼ିବାକୁ ଲାଗିଥିଲେ। ହେଲେ ହାତୀଟି ସୀତାଙ୍କୁ ଗୋଡ଼ାଇଥିଲା। କିଛି ବାଟ ଗଲା ହାତୀଟି ସୀତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ସୀତାଙ୍କର ମୃତ୍ୟୁ ଘଟିଥିଲା।
ପରେ ହାତୀଟି ସୀତାଙ୍କ ଘର ଭାଙ୍ଗିବା ଦେବା ସହିତ ଘରେ ଥିବା ଧାନ ଚାଉଳ ସବୁ ନଷ୍ଟ କରି ଦେଇଥିଲା। ପରେ ସେଠାରୁ ଜଙ୍ଗଲକୁ ଆଡକୁ ପଳାଇଯାଇଥିଲା।
ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଡେଙ୍ଗୁଳା ଫରେଷ୍ଟର ଓ କୋଇଡା ପୁଲିସ ପହଞ୍ଚି ଉତ୍ତକ୍ତ୍ୟ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତାଜନା ଥମିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
