Advertisment

OYO ରୁମ୍‌ରେ ପଶିଲେ ପ୍ରେମୀ ଯୁଗଳ, ୭ ଘଣ୍ଟା ପରେ ମିଳିଲା ମୃତଦେହ

କବାଟ ନ ଖୋଲାଯିବାରୁ ପୁଲିସ୍‌ ଉପସ୍ଥିତିରେ କବାଟ ଭାଙ୍ଗି ଯାହା ଦେଖିଲେ ପାଦ ତଳୁ ମାଟି ଖସିଗଲା। କାରଣ ଯୁବତୀଙ୍କ ମୃତଦେହ ଚଟାଣରେ ପଡ଼ିଥିବା ବେଳେ ଯୁବକଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଥିଲା।

Police

Police

Advertisment

ମାତ୍ର ୪ ଘଣ୍ଟା ପାଇଁ OYO ହୋଟେଲ ରୁମ୍‌ ବୁକ୍‌ କରିଥିଲେ ପ୍ରେମୀ ଯୁଗଳ। ନିର୍ଦ୍ଧାରିତ ସମୟରେ ଚେକ୍‌ ଆଉଟ୍‌ ନ କରିବାରୁ ହୋଟେଲ ଷ୍ଟାଫ ରୁମ୍‌ ବାଡ଼େଇଲେ। ଏହାସତ୍ତ୍ୱେ କବାଟ ନ ଖୋଲାଯିବାରୁ ପୁଲିସ୍‌ ଉପସ୍ଥିତିରେ କବାଟ ଭାଙ୍ଗି ଯାହା ଦେଖିଲେ ପାଦ ତଳୁ ମାଟି ଖସିଗଲା। କାରଣ ଯୁବତୀଙ୍କ ମୃତଦେହ ଚଟାଣରେ ପଡ଼ିଥିବା ବେଳେ ଯୁବକଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଥିଲା। ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀର ଜାଫରାବାଦ ଥାନା ଅଞ୍ଚଳରେ ଘଟିଛି। 

Advertisment

ଜାଫରାବାଦ ଥାନା ଅଞ୍ଚଳରେ ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ OYO ହୋଟେଲକୁ ଗତକାଲି ଏକ ପ୍ରେମୀ ଯୁଗଳ ଆସିଥିଲେ। ସେମାନେ ମାତ୍ର ୪ ଘଣ୍ଟା ପାଇଁ ରୁମ୍‌ ବୁକ୍‌ କରିଥିଲେ। ମାତ୍ର ନିର୍ଦ୍ଧାରିତ ସମୟ ପରେ ବି ସେମାନେ ରୁମ୍‌ରୁ ନ ବାହାରିବାରୁ ୭ ଘଣ୍ଟା ପରେ ହୋଟେଲ କର୍ମଚାରୀ କବାଟ ବାଡ଼େଇଥିଲେ। ଏହାପରେ ବି କେହି କବାଟ ନ ଖୋଲିବାରୁ ହୋଟେଲ ପକ୍ଷରୁ ପୁଲିସ୍‌କୁ ଖବର ଦିଆଯାଇଥିଲା।

ପୁଲିସ୍‌ ପହଞ୍ଚିବା ପରେ ରୁମ୍‌ କବାଟ ଭଙ୍ଗା ଯାଇଥିଲା। ଏହାପରେ ଯୁବତୀଙ୍କ ମୃତଦେହ ଚଟାଣରେ ଓ ଯୁବକଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।

Advertisment

ପାରିପାର୍ଶ୍ୱିକ ସ୍ଥିତିରୁ ଯୁବକଜଣକ ପ୍ରଥମେ ଯୁବତୀଙ୍କୁ ହତ୍ୟା କରି ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତକଙ୍କ ଚିହ୍ନଟ କରାଯାଇଛି। ସେମାନେ ଉତ୍ତରପ୍ରଦେଶ ମେରଠର ସୋରାବ ଓ ୨୭ ବର୍ଷୀୟା ଆୟଶା ବୋଲି ଜଣାଯାଇଛି। ଆୟଶା ପୂର୍ବରୁ ବିବାହିତା ଥିବା ଜଣାଯାଇଛି। ଉଭୟଙ୍କ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ତେବେ କେବେଠୁ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଛି ପୁଲିସ୍‌ ତାହାର ତଦନ୍ତ ଆରମ୍ଭ କରିଛି।

Murder Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe