Advertisment

ବର୍ଷେ ତଳେ ଗଢ଼ିଥିଲେ ସଂସାର, ରୁମ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କାନ୍ଥରେ ଏବେ ବି ଉଭୟଙ୍କ ନାଁ ମଳିନ ପଡ଼ି ନ ଥିବା ବେଳେ ଉଭୟଙ୍କ ଜୀବନ ଯବନିକାରେ କିନ୍ତୁ ପୂର୍ଣ୍ଣଛେଦ ପଡ଼ି ଯାଇଛି।

ଅଦ୍ୟତନ ହୋଇଛି
spot

spot

Advertisment

ଘରର କାନ୍ଥରେ ଏବେ ବି ରହିଛି ମନୋଜ weds ସସ୍ମିତା। ବର୍ଷେ ତଳେ ହୋଇଥିଲା ବିବାହ। ଘରକୁ ଆସିଥିଲା ନୂଆ ବୋହୂ। ଆଉ ହସଖୁସିରେ ଚାଲିଥିଲା ସଂସାର। ହେଲେ ହଠାତ୍‌ ସବୁ କିଛି ଛାରଖାର ହୋଇଗଲା। କାନ୍ଥରେ ଏବେ ବି ଉଭୟଙ୍କ ନାଁ ମଳିନ ପଡ଼ି ନ ଥିବା ବେଳେ ଉଭୟଙ୍କ ଜୀବନ ଯବନିକାରେ କିନ୍ତୁ ପୂର୍ଣ୍ଣଛେଦ ପଡ଼ି ଯାଇଛି। ବେକରେ ବିଦ୍ୟୁତ୍‌ ତାର ଗୁଡ଼ାଇ ହୋଇ ଉଭୟ ଆତ୍ମହତ୍ୟା କରିଛନ୍ତି।

Advertisment

ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ପାର୍ବତୀପୁର ଗାଁରେ ଘଟିଛି। ମୃତ ଦମ୍ପତିଦ୍ୱୟ ହେଲେ କୁମାର ମହାକୁଡ଼ ଓ ସସ୍ମିତା ମହାକୁଡ଼ । ଗତ ବର୍ଷ ବୈଦିକ ରୀତିନୀତିରେ ବେଶ୍‌ ଧୁମଧାମରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ମନୋଜ ଝାରସୁଗୁଡାରେ ଏକ କମ୍ପାନୀରେ ଲୋକୋ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ l ପତ୍ନୀ ସସ୍ମିତା ବିବାହ ପରେ ସ୍ୱାମୀଙ୍କ ନିକଟରେ ରହୁଥିବା ବେଳେ ଗତ ୪ମାସ ହେବ ଶ୍ୱଶୁର ଘରକୁ ଆସିଥିଲେ।

Advertisment

ମନୋଜ ଝାରସୁଗୁଡାରେ ଥିବା ବେଳେ ଗତକାଲି ଘରକୁ ଆସିଥିଲେ l ତାଙ୍କ ବଡ଼ ଭାଇ ବିଶ୍ୱଜିତ ମହାକୁଡ଼ଙ୍କ କହିବା ମୁତାବକ, ପରିବାର ଲୋକେ ଓ ତାଙ୍କର ପତ୍ନୀ ଖାଇବାକୁ ଡାକିଥିବା ବେଳେ ସେ ଖାଇନଥିଲେ l ପରେ ଖାଇବି କହି ଘରେ ଶୋଇଥିଲେ l ଏହାପରେ ସସ୍ମିତା ଉକ୍ତ ରୁମ୍‌କୁ ଯାଇଥିବା ବେଳେ ରୁମ୍‌ କବାଟ ଭିତର ପଟୁ ଦିଆଯାଇଥିଲା।

କିଛି ସମୟ ପରେ ପରିବାର ଲୋକେ ଉଭୟଙ୍କୁ ଡାକିଥିବା ବେଳେ ସେମାନେ କବାଟ ଖୋଲି ନ ଥିଲେ। ଏହାପରେ ତାଙ୍କ ବଡ଼ ଭାଇ ଶାବଳରେ କବାଟ ତାଡିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଏହାପରେ ଘରର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରି ପରିବାର ଲୋକେ କବାଟ ତାଡ଼ିଥିଲେ। ଏହାପରେ ଯାହା ଦେଖିଥିଲେ ପାଦ ତଳୁ ମାଟି ଖସି ଯାଇଥିଲା।

ଉଭୟଙ୍କ ମୃତଦେହ ଚଟାଣରେ ପଡ଼ିଥିବା ବେଳେ ବେକରେ ବିଦ୍ୟୁତ ତାର ଗୁଡ଼ାଇ ହୋଇଥିଲେ। ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି l ମୃତଦେହ ପାଖରେ ୩ଟି ମେଡ଼ିସିନ ଷ୍ଟ୍ରିପ ପଡିଥିବାରୁ କ’ଣ ପାଇଁ ସେମାନେ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଖୋଜୁଛି ପୁଲିସ୍‌।

Suicide Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe