Advertisment

ଅନଲାଇନ୍ ଚାକିରି ଉଜାଡ଼ିଦେଲା ପରିବାର ! ଦୁଇ ଛୁଆଙ୍କୁ ବିଷ ଦେଇ ଦମ୍ପତିଙ୍କ ଆତ୍ମହତ୍ୟା

ଭୋପାଲର ଏକ ଘରୁ ଦମ୍ପତିଙ୍କ ସମେତ ଦୁଇ ଛୁଆଙ୍କ ମୃତଦେହ ଉଦ୍ଧାର। ପିଲାଙ୍କୁ ବିଷ ଦେବା ପରେ ଝୁଲି ପଡ଼ିଛନ୍ତି ଦମ୍ପତି।

ଅଦ୍ୟତନ ହୋଇଛି
Dead People

Dead People

Advertisment

"ଆମେ ଖୁବ୍ ଭଲରେ ଥିଲୁ। ବେଶ୍ ହସଖୁସିରେ ଚାଲିଥିଲା ଆମ ସୁନାର ସଂସାର। ହେଲେ ଅନଲାଇନ୍ ମାଧ୍ୟମରେ ମୋ ପାଖକୁ ଆସିଥିବା ଚାକିରି ଅଫର୍ ସବୁ ସୁଖ-ଶାନ୍ତି ଛଡ଼ାଇ ନେଲା। ବାପା-ମାଆ ଏବଂ ପରିବାର ବର୍ଗ ଆମକୁ କ୍ଷମା କରିଦେବ... ବୋଧେ ଆମେ ଚାଲିଗଲେ ସବୁ ଠିକ୍ ହୋଇଯିବ...।" ଏପରି ହୃଦୟବିଦାରକ ଚିଠି ଲେଖି ଦୁଇ ଛୁଆଙ୍କୁ ବିଷ ଦେଇ ଆତ୍ମହତ୍ୟା କରିଛନ୍ତି ମଧ୍ୟ ପ୍ରଦେଶର ଭୋପାଲର ଏକ ଦମ୍ପତି।

Advertisment

ପୁଲିସ୍ ସୂଚନା ମୁତାବକ, ଭୋପାଲର ନୀଳବାଦ ନିକଟରେ ଥିବା ଏକ ଘରୁ ଦୁଇ ଛୋଟ ପିଲାଙ୍କ ସମେତ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପିଲାଙ୍କୁ ବିଷ ଦେବା ପରେ ଏହି ଦମ୍ପତି ଆତ୍ମହତ୍ୟା କରିଦେଇଛନ୍ତି। ମୃତ ଦମ୍ପତି ଏକ ଘରୋଇ ଇନ୍ସୁରାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେମାନେ ଏକ ଲୋନ୍ ନେଇଥିଲେ। ଲୋନ୍ ସୁଝି ନପାରିବାରୁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି।  

ଜବତ ହୋଇଥିବା ସୁଇସାଇଡ୍ ନୋଟ୍ ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଅନଲାଇନରେ ଏକ ଜବ୍ ଅଫର୍ ପାଇଥିଲେ । ଆର୍ଥିକ ସଙ୍କଟ ଥିବାରୁ ସେ ଏହି ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ସେ ଏଥିରୁ ଉପକୃତ ହେଉଥିଲେ। ମାତ୍ର ଏକ ସମୟରେ ଦୁଇଟି ସଂସ୍ଥାରେ କାମ କରିବା ସହଜ ହେଉନଥିଲା। ଧୀରେ ଧୀରେ କାମ ଚାପ ବୃଦ୍ଧି ପାଇବାରୁ ସେ ଚାକିରି ଛାଡ଼ିବାକୁ ଚାହୁଁଥିଲେ। ଏହାରି ମଧ୍ୟରେ ହାତରୁ ପୂର୍ବ ଚାକିରି ମଧ୍ୟ ଚାଲି ଯାଇଥିଲା। ଫଳରେ ସେ ଏହି କମ୍ପାନୀରୁ କିଛି ଲୋନ୍ ଆଣିଥିଲେ।

Advertisment

ଲୋନ୍ ଆଣିବା ପରେ ତାଙ୍କ ଉପରେ କାର୍ଯ୍ୟ ଚାପ ବଢିଥିଲା। ଲୋନ୍ ପରିଶୋଧ କରିବାକୁ ବାଧ୍ୟ ମଧ୍ୟ କରିଥିଲେ କମ୍ପାନୀର ଉପରସ୍ତ ଅଧିକାରୀ। ଏପରିକି ବ୍ୟାଙ୍କ୍ ଲୋନ୍ ଆଣି ଅର୍ଥ ପରିଶୋଧ କରିବାକୁ କହୁଥିଲେ। ଶେଷରେ ତାଙ୍କ ମୋବାଇଲ ଫୋନକୁ ହ୍ୟାକ୍ କରି ସମ୍ପର୍କୀୟଙ୍କୁ ବ୍ଲାକମେଲ୍ କରିଥିଲେ। ଘଟଣାକୁ ବାବଦରେ ସାଇବର କ୍ରାଇମ୍ ଅଫିସରେ ମଧ୍ୟ ଜଣାଇଥିଲେ। ହେଲେ ସେଠାରୁ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ପରିବାର ବର୍ଗଙ୍କୁ ଏପରି ଦୁଃଖପୂର୍ଣ୍ଣ ଚିଠି ଲେଖି ଆତ୍ମହତ୍ୟା କରିଦେଇଛନ୍ତି ।

ସବୁଠୁ ବଡ କଥା ହେଉଛି କି ମୃତ ବ୍ୟକ୍ତି ଜଣକ ପୋଷ୍ଟମୋର୍ଟମ ନକରିବ ସହ ଏକାଠି ସମସ୍ତଙ୍କ ଅନ୍ତିମ ସତ୍କାର କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ଲୋନ୍ ପାଇଁ ପରିବାର ବର୍ଗଙ୍କୁ ବାଧ୍ୟନକରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

Suicide Online Fraud Crime Cyber Crime Suicide For Loan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe