Advertisment

ପ୍ରେମିକ ସହ ଫେରାର ହୋଇଗଲା ଝିଅ; ଝୁରି ଝୁରି ଆଖି ବୁଜିଲେ ବାପାମା’

ପ୍ରେମ ପାଇଁ ଝିଅ ପରିବାର ଛାଡ଼ି ଦେବାରୁ ଏହାକୁ ବରଦାସ୍ତ କରି ପାରିଲେନି ବାପାମା’ । ଆଉ ଶେଷରେ ନିଜ ଜୀବନ ହାରିଦେଲେ।

author-image
Niharika Rout
undefined

Deadbody

ମା’ବାପା ସବୁବେଳେ ନିଜ ପିଲାଙ୍କ ଖୁସିକୁ ପ୍ରାଥମିକତା ଦେଇଥାନ୍ତି। ନିଜ ହସଖୁସିକୁ ପାଦରେ ଆଡ଼େଇ ଦେଇ ପିଲାଙ୍କ ମୁହଁରେ ଟିକେ ହସ ପାଇଁ କିଛି ବି କରି ପାରିଥାନ୍ତି। ମାତ୍ର ସେହି ପିଲାମାନେ ବଡ଼ ହେବା ପରେ ନିଜ ଖୁସି ନିଜେ ବାଛିଥାନ୍ତି। ଯେଉଁ ବାପାମା’ ପୂରା ଜୀବନ ସେମାନଙ୍କ ପାଇଁ ଉତ୍ସର୍ଗ କରିଥାନ୍ତି ସେମାନଙ୍କ ହାତ ଛାଡ଼ି ଅନ୍ୟ ହାତ ଧରିବାକୁ ପଛାଇ ନ ଥାନ୍ତି।

Advertisment

ଏପରି ଏକ ଘଟଣା କେରଳର କୋଲ୍ଲମରେ ଘଟିଛି। ପ୍ରେମ ପାଇଁ ଝିଅ ପରିବାର ଛାଡ଼ି ଦେବାରୁ ଏହାକୁ ବରଦାସ୍ତ କରି ପାରିଲେନି ବାପାମା’ । ଆଉ ଶେଷରେ ନିଜ ଜୀବନ ହାରିଦେଲେ।

କେରଳର କୋଲ୍ଲମର ଜଣେ ଯୁବତୀ ନିଜ କଲେଜର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଏହାକୁ କିନ୍ତୁ ତାଙ୍କ ପରିବାର ଲୋକେ ଘୋର ବିରୋଧ କରିଥିଲେ। ଯୁବକଜଣକ ଯୋଗ୍ୟ ନ ଥିବା ବାପାମା’ ବହୁତ ବୁଝାଇଥିଲେ ବି ଝିଅ ମାନିବାକୁ ପ୍ରସ୍ତୁତ ନ ଥିଲେ। ମା’ ବାପାଙ୍କ ବିରୋଧ ଦେଖି ଯୁବତୀଜଣକ ଦିନେ ନିଜ ପ୍ରେମିକଙ୍କ ସହ ଫେରାର ହୋଇଗଲେ।

Advertisment

କିନ୍ତୁ ଝିଅର ଏପରି ପଦକ୍ଷେପକୁ ମା’ବାପା ସହଜରେ ଗ୍ରହଣ କରି ପାରିଲେନି। ଝିଅକୁ ଝୁରି ଝୁରି ସେମାନେ ଅବସାଦର ଶିକାର ହୋଇ ଯାଇଥିବା ବେଳେ ଏଥିପାଇଁ ମେଡିସିନ ବି  ଖାଇବାକୁ ଲାଗିଲେ। ମାତ୍ର କିଛି ଦିନ ପୂର୍ବେ ମେଡିସିନର ଓଭରଡୋଜ ନେବା ହେତୁ ଉଭୟ ଆଖି ବୁଜି ଦେଇଥିବା ଜଣାଯାଇଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ନିଜ ଝିଅ ପାଇଁ ମାନସିକ ଅବସାଦରେ ଥିବା ଦମ୍ପତି ମେଡିସିନ ଓଭରଡୋଜ ଖାଇବାରୁ ଏପରି ଘଟିଥିବା ପୁଲିସ ଅଧିକାରୀ କହିଛନ୍ତି।

Suicide Kerala