Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା: ସ୍ୱାମୀ-ସ୍ତ୍ରୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ

ପେନ୍‌ସନ୍ ବନ୍ଦ କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିବ ଭିଜିଲାନ୍ସ।

author-image
Jitendra Garnayak
Jail

Jail

ଏକ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜୟପୁରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଦମ୍ପତିଙ୍କୁ ଆଜି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଦଣ୍ଡ ପାଇଥିବା ଏହି ଦମ୍ପତି ହେଉଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁରର ପୂର୍ବତନ ମାର୍କେଟିଂ ଇନ୍ସପେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ରେଣୁବାଳା ପାଣିଗ୍ରାହୀ। ୨୦୦୯ ମସିହାରେ ସେମାନଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କରିଥିଲା ଭିଜିଲାନ୍ସ।

ପ୍ରଫୁଲ୍ଲ ପାଣିଗ୍ରାହୀ ୨୦୧୮ ମସିହାରେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡାରୁ ଅତିରିକ୍ତ ଯୋଗାଣ ଅଧିକାରୀ ଭାବେ ଅବସର ନେଇଛନ୍ତି। ସେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା ପାଇଥିବାରୁ ତାଙ୍କ ପେନ୍‌ସନ୍ ବନ୍ଦ କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment
Vigilance Raid Jail Odisha Vigilance Vigilance