Advertisment

ଧରାଛୁଆଁ ଦେଉ ନ ଥିଲା ପ୍ରେମିକ; ଉଠାଇ ଆଣିଲା ପୁଲିସ, ଥାନାରେ ପଡ଼ିଲା ହାତଗଣ୍ଠି

ଗତକାଲି ପାଡୁଆ ଥାନା ପରିସର ମଧ୍ୟରେ ଦୁହେଁ ଦୁଇଙ୍କୁ ଫୁଲମାଳ ପିନ୍ଧାଇ କେକ କାଟି ବିବାହ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Marriage

Marriage

ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ଚାଲିଥିଲା ପ୍ରେମ ସମ୍ପର୍କ। ପରସ୍ପର ସହ ଜୀବନ ବିତାଇବାକୁ ଶପଥ ନେଇଥିଲେ। ଏପରିକି ଉଭୟ ଘର ଛାଡ଼ି ପଳାଇ ଯାଇଥିଲେ। ଘର ଛାଡ଼ି ଯିବାର ୩ ଦିନ ପରେ ପ୍ରେମିକାକୁ ନିଜ ଗାଁରେ ଛାଡ଼ି ପଳାଇଲା ପ୍ରେମିକ। ପରେ ପ୍ରେମିକାଙ୍କ କଲ୍‌ ବି ଉଠାଇଲା ନାହିଁ କି ଧରା ଛୁଆଁ ଦେଲାନି। ଶେଷରେ ପ୍ରେମିକା ଥାନାରେ ଦ୍ୱାରସ୍ଥ ହେବା ପରେ ପ୍ରେମିକକୁ ଧରିଥିଲା ପୁଲିସ। ଥାନରେ ପଡ଼ିଥିଲା ଉଭୟଙ୍କର ହାତ ଗଣ୍ଠି।ଏପରି ଘଟଣା ଘଟିଛି କୋରାପୁଟ ପାଡ଼ୁଆ ଥାନା ପରିସରରେ।

Advertisment

ରବୀନ୍ଦ୍ର ଓ ମଞ୍ଜୁଳା ଦୁହେଁ ପରସ୍ପରକୁ ଦୀର୍ଘ ଦିନ ହେଲା ଭଲ ପାଉଥିଲେ। ବିବାହ କରି ସଂସାର ଗଢ଼ିବେ ବୋଲି ଉଭୟ ଉଭୟଙ୍କୁ କଥା ଦେଇଥିଲେ। ଗତ ୩ ତାରିଖରେ ଦୁହେଁ ଘରୁ ଫେରାର ହୋଇ ଯାଇଥିଲେ। ଘରୁ ପଳାଇବାର ୩ ଦିନ ପରେ ରବୀନ୍ଦ୍ର ମଞ୍ଜୁଳାଙ୍କୁ ଗାଁ ମୁଣ୍ଡରେ ଛାଡ଼ି ପଳାଇ ଯାଇଥିଲେ। ଏହାପରେ ମଞ୍ଜୁଳା ରବୀନ୍ଦ୍ରଙ୍କୁ ଫୋନ୍ କଲେ ବି ଉଠାଉ ନ ଥିଲେ କି ତାଙ୍କ ସହ କୌଣସି ଯୋଗାଯୋଗ ରଖି ନଥିଲେ। ପରେ ମଞ୍ଜୁଳା ଓ ପରିବାର ଲୋକେ ୨୨ତାରିଖରେ ପାଡୁଆ ଥାନାର ଦ୍ୱାରସ୍ଥ ହୋଇଥିଲେ। ରବୀନ୍ଦ୍ରଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଘଟଣାର ତଦନ୍ତ କରିବା ସହଦ ରବୀନ୍ଦ୍ରଙ୍କୁ ଧରିବାରେ ସଫଳ ହୋଇଥିଲା। ଉଭୟ ପରିବାରକୁ ଥାନାରେ ଡାକି ବୁଝାସୁଝା କରିଥିଲେ। ପରେ ଉଭୟ ପରିବାର ବିବାହ ପାଇଁ ସହମତି ଦେଇଥିଲେ। ଥାନାରେ ଉଭୟଙ୍କର ବିବାହ ହେବ ବୋଲି ନିଷ୍ପତ୍ତି ହୋଇଥିଲା।

Advertisment

ଗତକାଲି ପାଡୁଆ ଥାନା ପରିସର ମଧ୍ୟରେ ଦୁହେଁ ଦୁଇଙ୍କୁ ଫୁଲମାଳ ପିନ୍ଧାଇ କେକ କାଟି ବିବାହ କରିଥିଲେ। ଥାନା କର୍ମଚାରୀ ଉଭୟ ପରିବାର ଲୋକେ ଦୁହିଁଙ୍କୁ ଆର୍ଶୀବାଦ ମଧ୍ୟ କରିଥିଲେ।

Odisha Police Koraput