Advertisment

ପୁଲିସ୍‌ ଆଗରେ ଦମ୍ପତିଙ୍କୁ ପିଟିଲେ, ଇଟା ଫିଙ୍ଗିଲେ

ହରେକୃଷ୍ଣ ଓ ତାଙ୍କ ପତ୍ନୀ ଫାଣ୍ଡିରେ ଅଭିଯୋଗ କରି ବାହାରୁଥିଲେ। ଠିକ୍‌ ସେହି ସମୟରେ ୧୦ରୁ ୧୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ଠେଙ୍ଗା ଆକ୍ରମଣ କରିଥିଲେ। ପରେ ସେମାନଙ୍କ ଉପରକୁ ଇଟା ଖଣ୍ଡ ଫିଙ୍ଗି ଥିଲେ।

Balasore

Balasore

Advertisment

ସମ୍ପତ୍ତି ପାଇଁ ଗଣ୍ଡଗୋଳ। ଫାଣ୍ଡି ଆଗରେ ଦମ୍ପତିଙ୍କୁ ପିଟିଲେ ଓ ଇଟା ପଥର ଫିଙ୍ଗିଲେ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ଆସିଛି। ପୁଲିସ ଦମ୍ପତିଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରି ଘଟଣାର ତଦନ୍ତ ଚଳାଇଛି।

Advertisment

ବାହାବଳପୁର ଗାଁର ହରେକୃଷ୍ଣ ଧାଉଁଡିଆଙ୍କ ଘର ବାଡ଼ିକୁ ପୋଡୋଶୀ ଜବରଦସ୍ତି ମାଡ଼ି ବସିବାକୁ ଉଦ୍ୟମ କରୁଥିଲେ। ଯାହାକୁ ବିରୋଧ କରିଥିଲେ ହରେକୃଷ୍ଣ। ଏହାକୁ ନେଇ ଉଭୟ ପରିବାର ଭିତରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିବାରୁ ଈଶ୍ୱରପୁର ଫାଣ୍ଡିରେ ଅଭିଯୋଗ କରିବା ପାଇଁ ଯାଇଥିଲେ ହରେକୃଷ୍ଣ ଓ ତାଙ୍କ ସ୍ତ୍ରୀ। ଜମି ମାଡ଼ି ବସିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ହରେକୃଷ୍ଣ ଓ ତାଙ୍କ ପତ୍ନୀ ଫାଣ୍ଡିରେ ଅଭିଯୋଗ କରି ବାହାରୁଥିଲେ। ଠିକ୍‌ ସେହି ସମୟରେ ୧୦ରୁ ୧୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ଠେଙ୍ଗା ଆକ୍ରମଣ କରିଥିଲେ। ପରେ ସେମାନଙ୍କ ଉପରକୁ ଇଟା ଖଣ୍ଡ ଫିଙ୍ଗି ଥିଲେ। ଦୁର୍ବୃତ୍ତଙ୍କ ଏତେ ସାହସ, ବିଚ୍‌ ଫାଣ୍ଡି ସମ୍ମୁଖରେ ଆକ୍ରମଣ କରିଥିଲେ। ଯାହାଫଳରେ ଦମ୍ପତି ଗୁରୁତର ଆହତ ହୋଇଥିଲେ। ଫାଣ୍ଡି ଅଧିକାରୀ ଦମ୍ପତିଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।

Advertisment

ନୀଳଗିରି ପୁଲିସ୍ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଧରି ପାରିନି। ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି।

ନୀଳଗିରିରୁ ବିଶ୍ୱମ୍ଭର ଦାସ

Balasore Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe