Advertisment

ପୂର୍ବତନ ସରପଞ୍ଚ ଓ ସ୍ୱାମୀଙ୍କୁ ନିର୍ମମ ହତ୍ୟା; ଘରେ ରକ୍ତର ଛିଟା, କୂଅରୁ ମିଳିଲା ମୃତଦେହ

ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ। ଉଭୟ ମୟୂରନଚା ଗ୍ରାମରେ ରହୁଥିଲେ।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ଘରେ ପଡ଼ିଥିଲା ରକ୍ତର ଛିଟା, ଆଉ କୂଅରେ ଭାସୁଥିଲା ମୃତଦେହ। ପୂର୍ବତନ ସରପଞ୍ଚଙ୍କ ସହ ତାଙ୍କ ସ୍ୱାମୀଙ୍କୁ ବି ମାରି କୂଅରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଏପରି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦୁଝର ଜିଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ମୟୂରନଚା ଗ୍ରାମରେ ଘଟିଛି। ମୃତକଦ୍ୱୟ ହେଲେ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ର ।

Advertisment

ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ। ଉଭୟଙ୍କର କୌଣସି ସନ୍ତାନ ନ ଥିବା ବେଳେ ସେମାନେ ମୟୂରନଚା ଗ୍ରାମରେ ରହୁଥିଲେ।

ଗତ ମଙ୍ଗଳବାର ରାତିରେ ଉଭୟ ଖାଇ କି ଶୋଇଥିବା ପାଖପଡୋଶୀ କହିଛନ୍ତି।  ବୁଧବାର ଗାଁ ଲୋକେ ରମ୍ଭା ପାତ୍ରଙ୍କ ଘରକୁ ଯାଇଥିବା ବେଳେ ଡାକିବାରୁ କେହି ଶୁଣି ନ ଥିଲେ। ଏହାପରେ ସେମାନେ କବାଟ ଖୋଲି ଭିତରେ ପଶିବାରୁ ଭିତରେ ରକ୍ତ ଛିଟା ପଡ଼ିଥିବା ଦେଖିବାବାକୁ ପାଇଥିଲେ। ଏହାପରେ ଖୋଜାଖୋଜି କରିବାରୁ କୂଅରେ ରମ୍ଭାମଣୀଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ।

Advertisment

ଖବରପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅ ଭିତରୁ ୨ଟି ଯାକ ମୃତଦେହ ଉଦ୍ଧାର କରିଥିଲେ। ଉଭୟଙ୍କ ପିଠିରେ କ୍ଷତ ଚିହ୍ନ ଥିବାରୁ କେହି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅନୁମାନ କରାଯାଉଛି। 

 ଏନେଇ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି। ଆଜି ସକାଳୁ ପୁଲିସ ଶବକୁ ଉଦ୍ଧାର କରିବା ସହି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ଏପରି ଜଘନ୍ୟ କାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। 

ରିପୋର୍ଟ - ଆନନ୍ଦପୁରରୁ ମୁନା ସିଂ

Murder Keonjhar Deadbody Couple Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe