Advertisment

ରାତି ଅଧରେ କୁଡ଼ିଆରେ ପଶିଲେ ଦୁର୍ବୃତ୍ତ, ଦମ୍ପତିଙ୍କ ବେକ କାଟିଦେଲେ

ରାତିର ଅନ୍ଧକାରରେ ପାହାଡ଼ ଉପରେ ଥିବା କୁଡ଼ିଆରେ ପଶିଲେ ଦୁର୍ବୃତ୍ତ। ଆଉ ସେଠାରେ ଶୋଇଥିବା ଦମ୍ପତିଙ୍କ ବେକ କାଟି ସେମାନଙ୍କୁ ନିର୍ମମ ଭାବେ ହତ୍ୟା କଲେ।

author-image
Niharika Rout
Murder

Murder

ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ଘଟିଛି ଅଭାବନୀୟ ଘଟଣା । ରାତିର ଅନ୍ଧକାରରେ ପାହାଡ଼ ଉପରେ ଥିବା କୁଡ଼ିଆରେ ପଶିଲେ ଦୁର୍ବୃତ୍ତ। ଆଉ ସେଠାରେ ଶୋଇଥିବା ଦମ୍ପତିଙ୍କ ବେକ କାଟି ସେମାନଙ୍କୁ ନିର୍ମମ ଭାବେ ହତ୍ୟା କଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ମୃତକଦ୍ୱୟ ହେଲେ ଟୁଁଗୁରୁ ଗାଁର ଚୈତନ୍ୟ ମଣ୍ଡଳ ଓ ଇଜମାୟୀ ମଣ୍ଡଳ । ସେମାନେ ଗାଁଠୁ ପ୍ରାୟ ୧ କିମି ଦୂର ପାହାଡ଼ ଉପରେ ରହିଥାନ୍ତି। ସେଠାରେ ଚୈତନ୍ୟ ଚେରମୂଳି ପ୍ରସ୍ତତି କରି ଲୋକଙ୍କ ଚିକିତ୍ସା କରିଥାନ୍ତି।

ମାତ୍ର ଚୈତନ୍ୟ ଗୁଣିଗାରେଡ଼ି କରିଥିବା ନେଇ ଗାଁ ଲୋକେ ବହୁ ଦିନ ହେବ ସନ୍ଦେହ କରୁଥିଲେ। ତେଣୁ ଏହି କାରଣରୁ ଉଭୟଙ୍କ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥାଇପାରେ ବୋଲି ଜଣାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ତାହା ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

Murder Gajapati District