Advertisment

ଆଇ ଫୋନ ପାଇଁ ୮ ମାସର ପୁଅକୁ ବିକ୍ରି କଲେ, ବୁଲି ବୁଲି ହନିମୁନ୍‌ରେ ମାତିଲେ

ଘୋଷ ଦମ୍ପତି ଦେଢ଼ ମାସ ତଳେ ନିଜ ପୁଅକୁ ବିକ୍ରି କରିଥିଲେ। କିନ୍ତୁ ପିଲା ବିକ୍ରି କଥା ଗତ ରବିବାର ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ୍‌ ଆକ୍ସନ ମୋଡକୁ ଆସି ଗିରଫଦାରୀ କରିଛି।

Iphone

Iphone

Advertisment

ନିର୍ଦ୍ଦୟ ବାପା ଓ ମା’ଙ୍କ ସାଂଘାତିକ ଘଟଣା। ନିଜର ସଉକ ପୂରଣ କରିବା ପାଇଁ ସେମାନେ ନିଜ ଜନ୍ମ କଲା ପୁଅକୁ ଅନ୍ୟକୁ ବିକ୍ରି କରିଛନ୍ତି। ୮ ମାସର ପୁଅକୁ ବିକ୍ରି କରିବା ପଛର କାରଣ ହେଲେ ଆଇଫୋନ ୧୪ ଓ ଇନଷ୍ଟାଗ୍ରାମ ରିଲ୍ସ।

Advertisment

ସବୁବେଳେ ରିଲ୍ସ ଦୁନିଆରେ ରହୁଥିବା ଏହି ଦମ୍ପତି ଭଲ ‌ଇନଷ୍ଟାଗ୍ରାମ ଭିଡିଓ ପାଇଁ ଆଇଫୋନ ୧୪ କିଣିବାକୁ ଚାହିଁଥିଲେ। ଏଥିପାଇଁ ସେମାନେ ନିଜ ପୁଅକୁ ପର ପାଖରେ ବିକ୍ରି କରି ଦେଇଥିଲେ। ଫୋନ କିଣିବା ପରେ ପୁଅକୁ ବିକ୍ରି କରିଥିବା ଟଙ୍କାରେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇ ହନିମୁନ କରିଥିଲେ। ଏଥିସହ ଭଲ ଭଲ ସ୍ଥାନରେ ଇନଷ୍ଟାଗ୍ରାମ ରିଲ୍ସ ମଧ୍ୟ ତିଆରି କରିଥିଲେ ବୋଲି ଇଣ୍ଡିଆନ ଏକ୍ସପ୍ରେସରେ ଖବର ପ୍ରକାଶ ପାଇଛି।

ଏପରି ବେଲଜ୍ଜା କାମ କରିଥିବା ଦମ୍ପତି ହେଲେ ଜୟଦେବ ଘୋଷ ଓ ସତୀ। ସେମାନେ ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ରୁହନ୍ତି। ସେମାନେ ସବୁବେଳେ ଦାମୀ ଫୋନରେ ରିଲ୍ସ କରିବାକୁ ଚାହୁଁଥିଲେ ଓ ଶେଷରେ ଆପଲର ନୂଆ ମଡେଲ କିଣିବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ଅନୁସାରେ ଦମ୍ପତି ଆଇଫୋନ ପାଇଁ ନିଜର ଛୁଆକୁ ବିକ୍ରି କରି ଦେଇଥିଲେ। ଘୋଷ ଦମ୍ପତିଙ୍କର ୭ ବର୍ଷର ଝିଅଟିଏ ମଧ୍ୟ ରହିଛି।

Advertisment

ପୁଲିସ୍‌ ଘଟଣାର ତଦନ୍ତ କରି ଖାରଦାହ ଠାରେ ରହୁଥିବା ପ୍ରିୟଙ୍କା ଘୋଷଙ୍କ ପାଖରୁ ବିକ୍ରି ହୋଇଥିବା ଶିଶୁକୁ ଉଦ୍ଧାର କରିଛି। ପିଲାଟିର ମା’ ଓ ପ୍ରିୟଙ୍କାଙ୍କୁ ଗିରଫ କରିଛି। ଭୟରେ ଜୟଦେବ ଫେରାର ହୋଇଯାଇଛନ୍ତି।

ଜେରା ବେଳେ ପିଲାଟିର ମା’ ସବୁ କଥା ମାନି ଯାଇଛନ୍ତି। ପୁଅକୁ ବିକ୍ରି କରି ସେମାନେ ଗୋଟିଏ ନୂଆ ମୋବାଇଲ କିଣିଥିଲେ। ଏହାପରେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥିଲେ। ସେଠାରେ ଇନଷ୍ଟାଗ୍ରାମ ରିଲ୍ସ ମଧ୍ୟ ତିଆରି କରିଥିଲେ। ପ୍ରଶାସନ କହିଛି ଯେ ଏହି ଦମ୍ପତି ପୂର୍ବରୁ ନିଜ ଝିଅକୁ ମଧ୍ୟ ବିକ୍ରି କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡିଲ୍‌ ଫାଇନାଲ ହୋଇ ନଥିଲେ।

ଜଣେ ପଡ଼ୋଶୀ କହିଛନ୍ତି, ଛୁଆ ବିକ୍ରି ପାଇଁ ୨ ଲକ୍ଷରେ ଡିଲ୍‌ ହୋଇଥିଲା। ଏହି ଟଙ୍କାରେ ସେମାନେ ବିଭିନ୍ନ ସ୍ଥାନକୁ ଯାଇ ହନିମୁନ କରିଛନ୍ତି। ସେମାନେ ଗୋଟିଏ ନୂଆ ମୋବାଇଲ ମଧ୍ୟ କିଣିଛନ୍ତି। ସତୀ ଅନ୍ୟ ଲୋକମାନଙ୍କୁ ମଧ୍ୟ ନିଜ ଘରକୁ ଆଣୁଥିଲେ। ଅଫିମ ଓ ଗଞ୍ଜେଇ ପାଇଁ ଛୁଆକୁ ବିକ୍ରି କରିଛନ୍ତି ବୋଲି କହିଥିଲେ ବୋଲି ପଡ଼ୋଶୀ ଜଣଙ୍କ କହିଛନ୍ତି।

ଘୋଷ ଦମ୍ପତି ଦେଢ଼ ମାସ ତଳେ ନିଜ ପୁଅକୁ ବିକ୍ରି କରିଥିଲେ। କିନ୍ତୁ ପିଲା ବିକ୍ରି କଥା ଗତ ରବିବାର ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ୍‌ ଆକ୍ସନ ମୋଡକୁ ଆସି ଗିରଫଦାରୀ କରିଛି। ଜୟଦେବଙ୍କ ବାପା କମାଇ ଚୌଧୁରୀ କହିଛନ୍ତି, “ଆମ ଛୁଆ ତା’ ମାମୁ ଘରକୁ ଯାଇଥିବା ମୁଁ ଜାଣିଥିଲି। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଛୁଆକୁ ବିକ୍ରି କରାଯାଇଥିବା ଖବର ପାଇଥିଲି।

କାହିଁକି ଓ କାହାକୁ ବିକ୍ରି କରାଯାଇଥିଲା, ସେକଥା ମୁଁ ଜାଣି ନଥିଲି। ଛୁଆ ବିକ୍ରି ହେବା ପରେ ମୁଁ ଏ ବିଷୟରେ ଜାଣିବାକୁ ପାଇଥିଲି। ମୋ ପୁଅ ଓ ବୋହୂ ଦିଘା, ମନ୍ଦାରମଣି ବିଚ୍‌ ବୁଲିବାକୁ ଯାଇଥିଲେ। ସେମାନେ ତାରାପୀଠ କାଳୀ ମନ୍ଦିରକୁ ବି ଯାଇଥଲେ।”

ଶ୍ରୀ ଚୌଧୁରୀଙ୍କୁ ତାଙ୍କ ପୁଅ ଓ ବୋହୂ ଶାରୀରିକ ଏବଂ ମାନସିକ ଭାବେ ନିର୍ଯାତନା ଦେଉଥିଲେ। ଏନେଇ ପୁଲିସ୍‌ରେ ଅଭିଯୋଗ ହୋଇଥିବା ସେ କହିଛନ୍ତି।

West Bengal Baby
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe