Advertisment

ସ୍ୱାମୀଙ୍କ ଫୋନ୍‌ କଲ୍‌ ଆସିଲା... ପ୍ରେମିକ ସହ ନିଜକୁ ଜାଳିଦେଲେ ମହିଳା

ପଶ୍ଚିମବଙ୍ଗର ୨୦ ବର୍ଷୀୟ ସୌମିନି ଦାସ ବେଙ୍ଗେଲୁରୁରେ ନର୍ସିଂ ଶିକ୍ଷା କରୁଥିଲେ। ଦ୍ୱିତୀୟ ବର୍ଷରେ ପଢ଼ୁଥିବା ସୌମିନି ବିବାହ ବି କରିଥିଲେ। ତାଙ୍କ ସ୍ୱାମୀ ପଶ୍ଚିମବଙ୍ଗରେ ରୁହନ୍ତି। ତେବେ ବେଙ୍ଗାଲୁରୁରେ ରହିବା ବେଳେ ସୌମିନିଙ୍କ ପରିଚୟ ୨୯ ବର୍ଷୀୟ ଅଭିଲ ଅବ୍ରାହମଙ୍କ ସହ ହୋଇଥିଲା।

ଅଦ୍ୟତନ ହୋଇଛି
WB

WB

Advertisment

ବାହାଘର ପରେ ସ୍ୱାମୀ ଠାରୁ ଦୂରରେ ରହି ପାଠ ପଢ଼ୁଥିଲେ। ପାଠ ପଢ଼ିବା ସମୟରେ ପ୍ରେମରେ ପଡ଼ିଲେ। ପ୍ରେମ ନିଶା ଏତେ ଘାରିଲା ଯେ ଶେଷରେ ସେ ଲିଭ ଇନ ପାର୍ଟନରଙ୍କ ସହ ଏକାଠି ରହିବା ରହିଲେ। ସ୍ୱାମୀ ସହ ଆଉ ରହିବାକୁ ଇଚ୍ଛା କଲେନି।

Advertisment

କିନ୍ତୁ ହଠାତ ଏମିତି କ’ଣ ହେଲା ଯେ ରବିବାର ନିଜର ଲିଭ ଇନ ପାର୍ଟନର ସହ ସେ ନିଜକୁ ନିଜେ ଜାଳି ଜୀବନ ହାରି ଦେଇଛନ୍ତି। ବେଙ୍ଗାଲୁରୁର କୋଥାନପୁର ପୁଲିସ୍‌ ଷ୍ଟେସନ ଅଧୀନରେ ଏପରି ଘଟଣା ଘଟିଛି। ଲିଭ ଇନ ପାର୍ଟନରଙ୍କ ସହ ଯେଉଁ ଘରେ ମହିଳା ଜଣଙ୍କ ରହୁଥିଲେ, ସେଠାରେ ଉଭୟ ଆତ୍ମହତ୍ୟା କରିଛନ୍ତି।

ପଶ୍ଚିମବଙ୍ଗର ୨୦ ବର୍ଷୀୟ ସୌମିନି ଦାସ ବେଙ୍ଗେଲୁରୁରେ ନର୍ସିଂ ଶିକ୍ଷା କରୁଥିଲେ। ଦ୍ୱିତୀୟ ବର୍ଷରେ ପଢ଼ୁଥିବା ସୌମିନି ବିବାହ ବି କରିଥିଲେ। ତାଙ୍କ ସ୍ୱାମୀ ପଶ୍ଚିମବଙ୍ଗରେ ରୁହନ୍ତି। ତେବେ ବେଙ୍ଗାଲୁରୁରେ ରହିବା ବେଳେ ସୌମିନିଙ୍କ ପରିଚୟ ୨୯ ବର୍ଷୀୟ ଅଭିଲ ଅବ୍ରାହମଙ୍କ ସହ ହୋଇଥିଲା।

Advertisment

ଅବ୍ରାହମ ଗୋଟିଏ ନର୍ସିଂ ହୋମରେ କାମ କରନ୍ତି। କିଛି ଦିନର ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ସେମାନେ ଡୋଡାଗୁବି ଠାରେ ଫ୍ଲାଟ ନେବା ସହ ଏକାଠି ରହିବା ଆରମ୍ଭ କରିଥିଲେ।

କିଛି ମାସ ଏକାଠି ରହିବା ପରେ ସୌମିନି ନିଜ ଘରକୁ ଯାଇଥିଲେ। ସେଠାରେ ସେ ନିଜ ପ୍ରେମ ସମ୍ପର୍କ ପରିବାର ଲୋକଙ୍କୁ କହିଥିଲେ। ଏଥିସହ ସେ ଆଉ ସ୍ୱାମୀଙ୍କ ସହ ରହିବାକୁ ଚାହୁଁ ନଥିବା ଜଣାଇ ଦେଇଥିଲେ। ସେଠାରୁ ଫେରିବା ପରେ ସେ ଅବ୍ରାହମଙ୍କ ସହ ରହିବା ଆରମ୍ଭ କରିଥିଲେ। ସ୍ୱାମୀଙ୍କ ଠାରୁ ସେ ଛାଡ଼ପତ୍ର ନେବାକୁ ମଧ୍ୟ କହିଥିଲେ।

ରବିବାର ଅପରାହ୍ନରେ ସୌମିନିଙ୍କୁ ତାଙ୍କ ସ୍ୱାମୀ ଫୋନ କରିଥିଲେ। ଏହାପରେ ହଠାତ୍‌ ସେ ଓ ଅବ୍ରାହମ ପେଟ୍ରୋଲ ଆଣି ଢାଳି ହେବା ସହ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ସେମାନଙ୍କ ବିକଳ ଚିତ୍କାର ଶୁଣି ପଡ଼ୋଶୀମାନେ ସେମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ।

ଉଭୟଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ପ୍ରଥମେ ସୌମିନିଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବ୍ରାହମଙ୍କୁ ଭିକ୍ଟୋରିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଏବେ କେଉଁ କାରଣ ପାଇଁ ଉଭୟ ଏପରି ପଦକ୍ଷେପ ନେଲେ, ତା’ର ତଦନ୍ତ ଆରମ୍ଭ କରିଛି।

West Bengal Bengaluru Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe