Advertisment

ଦୁର୍ଘଟଣା ନାଁରେ ଟ୍ରକ୍‌ ଲୁଟ: ଟମାଟୋ ଚୋର ଦମ୍ପତି ଧରାପଡ଼ିଲେ

୩୮ ବର୍ଷୀୟ ଏମ ଭାସ୍କରନ ଓ ତାଙ୍କର ୩୫ ବର୍ଷୀୟ ପତ୍ନୀ ସିନ୍ଧୁଜା ବେଙ୍ଗାଲୁରୁରୁ ଟ୍ରକ୍‌ ଭର୍ତ୍ତି ଟମାଟୋ ଚୋରି କରିବା ସହ ଏହାକୁ ତାମିଲନାଡୁରେ ୧.୬ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ।

Tomato

Tomato

Advertisment

ନିକଟରେ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରୁ ଟମାଟୋ ଲୁଟ୍‌କୁ ନେଇ ଜାରି ରହିଥିବା ରହସ୍ୟ ଉପରୁ ପରଦା ହଟିଛି। ଗୋଟିଏ ଦମ୍ପତି ଶୀଘ୍ର ଧନୀ ହେବାକୁ କେମିତି ଟମାଟୋ ବୋଝେଇ ଟ୍ରକ୍‌କୁ ଚୋରି କରିଥିଲେ, ସେକଥା ପୁଲିସ୍‌ ପର୍ଦ୍ଦାଫାସ କରିଛି।

Advertisment

୩୮ ବର୍ଷୀୟ ଏମ ଭାସ୍କରନ ଓ ତାଙ୍କର ୩୫ ବର୍ଷୀୟ ପତ୍ନୀ ସିନ୍ଧୁଜା ବେଙ୍ଗାଲୁରୁରୁ ଟ୍ରକ୍‌ ଭର୍ତ୍ତି ଟମାଟୋ ଚୋରି କରିବା ସହ ଏହାକୁ ତାମିଲନାଡୁରେ ୧.୬ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ।

ଏବେ ସମଗ୍ର ଦେଶରେ ଟମାଟୋ ଦାମ ଅଧିକ ଥିବା ବେଳେ ଯୋଗାଣ ମଧ୍ୟ ଠିକ ଭାବେ ହୋଇପାରୁନି। ଏହାର ଫାଇଦା ଉଠାଇ ଏହି ଦମ୍ପତି ଟମାଟୋ ବୋଝେଇ ଟ୍ରକ୍‌କୁ ହାଇଜ୍ୟାକ କରିବା ସହ ଏହାକୁ ବିକ୍ରି କରିଛନ୍ତି। ପୁଲିସ୍‌ ଉଭୟଙ୍କୁ ଗିରଫ କରିବା ସହ କେମିତି ଦୁର୍ଘଟଣାର ନାଁରେ ଟ୍ରକ୍‌କୁ ହାଇଜ୍ୟାକ କରାଯାଇଥିଲା, ସେକଥା ମଧ୍ୟ କହିଛି।

Advertisment

ଜୁଲାଇ ୮ ତାରିଖ ରାତିର ଘଟଣା। ଏ ଶିବାନ୍ନା ନାମକ ଜଣେ ଡ୍ରାଇଭର ଆରଏମସି ୟାର୍ଡ ପୁଲିସ ପାଖରେ ପହଞ୍ଚିଥିଲେ। କିଛି ଅଜଣା ଲୋକ ୧.୫ ଲକ୍ଷ ଟଙ୍କାର ଟମାଟୋ ଓ ଅନ୍ୟାନ୍ୟ ଜିନିଷ ପତ୍ର ଲୋଡ ହୋଇଥିବା ତାଙ୍କ ମିନି ଟ୍ରକ୍‌କୁ ନେଇ ଯାଇଥିବା ସେ ପୁଲିସ୍‌କୁ କହିଥିଲେ। ଟ୍ରକ୍‌କୁ ଲୁଟ କରିବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କ ସହ ଝଗଡ଼ା ମଧ୍ୟ କରିଥିଲେ।

ଶିବାନ୍ନାଙ୍କ ଟ୍ରକ୍‌ କୁଆଡ଼େ ଗୋରାଗୁଣ୍ଟେପାଲୟା ଜଙ୍କସନ ଠାରେ ସେମାନଙ୍କ ମହିନ୍ଦ୍ରା ଜାଏଲୋ ଗାଡ଼ି ସହ ଘଷି ହୋଇ ଯାଇଥିବା କହିଥିଲେ। ଏଥିପାଇଁ ସେମାନେ ଶିବାନ୍ନାଙ୍କ ସହ ଝଗଡ଼ା କରିବା ସହ ୫୦ ହଜାର ଟଙ୍କା ଦେବାକୁ କହିଥିଲେ।

ଶିବାନ୍ନା ଟଙ୍କା ଦେବାକୁ ମନା କରିବାରୁ ସେମାନେ ତାଙ୍କର ଟମାଟୋ ବୋଝେଇ ଗାଡ଼ି ନେଇ ଚାଲି ଯାଇଥିଲେ। ଶିବାନ୍ନା ହିରିୟୁର ଠାରୁ କୋଲାର ଯାଉଥିବା ବେଳେ ଏପରି ଘଟଣା ଘଟିଥିଲା।

ପୁଲିସ୍‌ ଏହା ଏକ ସଡ଼କ ଦୁର୍ଘଟଣା ମାମଲା ବୋଲି ଭାବି ଫେରାର ଦୁର୍ବୃତ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ନମ୍ବର ପ୍ଲେଟକୁ ସିସିଟିଭିରେ ଖୋଜିବା ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଗାଡ଼ିଟି ତାମିଲନାଡୁର ବାନିୟାମବାଡିକୁ ଯାଇଛି। ପୁଲିସ୍‌କୁ ଚକମା ଦେବାକୁ ଦୁର୍ବୃତ୍ତମାନେ ସେମାନଙ୍କ ଗାଡ଼ିର ନମ୍ବର ପ୍ଲେଟକୁ ଲୁଚାଇ ଦେଇଥିଲେ। କିନ୍ତୁ ସେମାନେ ଚୋରି କରିଥିବା ଗାଡ଼ିର ନମ୍ବର ପ୍ଲେଟକୁ ଲୁଚାଇବାକୁ ଭୁଲି ଯାଇଥିଲେ।

ପୁଲିସ୍‌ ୨୦୦ରୁ ଅଧିକ ସିସିଟିଭି ଫୁଟେଜ ସହ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପଚରାଉଚରା କରିଥିଲା। ଶେଷରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା ଓ ସେମାନଙ୍କୁ ବାନିୟାମବାଡି ଠାରୁ ଗିରଫ କରାଯାଇଛି। ଟମାଟୋ ଚୋରି ଖବର ସାମ୍ନାକୁ ଆସିବା ପରେ ଅଭିଯୁକ୍ତମାନେ ଡରି ଯାଇଥିଲଲେ।

ଏଥିପାଇଁ ସେମାନେ ଟ୍ରକ୍‌ରୁ ଟମାଟୋ ସହ ଅନ୍ୟାନ୍ୟ ଜିନିଷପତ୍ରକୁ ଖାଲି କରି ଦେଇଥିଲେ। ଏହାପରେ ଖାଲି ଗାଡ଼ିକୁ ଦେବାନହାଲ୍ଲି ଠାରେ ଛାଡ଼ି ଦେଇ ଚାଲି ଯାଇଥିଲେ। ପୁଲିସ୍‌ ଉକ୍ତ ଟ୍ରକକୁ ମଧ୍ୟ ଜବତ କରିଛି।

ଭାସ୍କରନ ଓ ତାଙ୍କ ପତ୍ନୀଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ବେଙ୍ଗାଲୁରୁର କୁମାର ଓ ମହେଶଙ୍କୁ ଖୋଜୁଛି। ସେମାନେ ଏହି ନାଟକୀୟ ଲୁଟରେ ଭାସ୍କରନଙ୍କ ସହଯୋଗୀ ବନିଥିଲେ। ଭାସ୍କରନ ନାଁରେ ପୂର୍ବରୁ ୧୦ରୁ ଅଧିକ ମାମଲା ତାମିଲନାଡୁର ବିଭିନ୍ନ ଥାନାରେ ରହିଛି।

Tamilnadu Tomato Mission Tomato Tomato Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe