Advertisment

ବାହା ହେବାକୁ କହି ପ୍ରେମିକାଙ୍କୁ ଗୋଆରେ ହତ୍ୟା କଲେ

ପ୍ରତାପ ନଗରର ଗୋଟିଏ ଜଙ୍ଗଲିଆ ଅଞ୍ଚଳରୁ ଯୁବତୀଙ୍କ ମୃତଦେହକୁ ପୁଲିସ୍‌ ଜବତ କରିଥିଲା।

Couple

Couple

Advertisment

ଧୋକାବାଜ ପ୍ରେମିକ। ବାହା ହେବାକୁ ଡାକି ନେଇ ପ୍ରେମିକାଙ୍କୁ କରିଛି ହତ୍ୟା। ବାହା ହେବା ଆଶାରେ ପ୍ରେମିକା ଜଣଙ୍କ ନିଜ ପ୍ରେମିକ ଉପରେ ଭରସା କରି ଗୋଆ ଚାଲି ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ପ୍ରେମିକ ଜଣଙ୍କ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଗୋଆର ପ୍ରତାପ ନଗରର ଗୋଟିଏ ଜଙ୍ଗଲିଆ ଅଞ୍ଚଳରୁ ଯୁବତୀଙ୍କ ମୃତଦେହକୁ ପୁଲିସ୍‌ ଜବତ କରିଥିଲା।

Advertisment

ଏହାପରେ ଦକ୍ଷିଣ ଗୋଆର ପୁଲିସ୍‌ ତାଙ୍କର ୨୨ ବର୍ଷୀୟ ପ୍ରେମିକଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି। ଏହି ପ୍ରେମପକ୍ଷୀଙ୍କ ଘର ବାସ୍ତବରେ ବେଙ୍ଗାଲୁରୁରେ। ସେମାନେ ବାହା ବାହା ହେବା ପାଇଁ ଗୋଆ ଆସିଥିଲେ। କିନ୍ତୁ ଏଠାରେ ମତ ପାର୍ଥକ୍ୟ ଦେଖା ଯିବାରୁ ଏତେ ବଡ଼ ଘଟଣା ଘଟିଛି।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସଞ୍ଜୟ କେଭିନ ଏମ। ତାଙ୍କ ଘର କର୍ଣ୍ଣାଟକାର ଉତ୍ତର ବେଙ୍ଗାଲୁରୁରେ। ମୃତକ ଜଣଙ୍କ ହେଲେ ସଞ୍ଜୟଙ୍କ ପ୍ରେମିକା ରୋଶନି ମୋସେ ଏମ। ତାଙ୍କ ବୟସ ମଧ୍ୟ ୨୨ ଓ ସେ ବି ଉତ୍ତର ବେଙ୍ଗାଲୁରୁରେ ରୁହନ୍ତି। ରୋଶନିଙ୍କୁ ଗୋଆରେ ମାରି ସଞ୍ଜୟ ବେଙ୍ଗାଲୁରୁ ଚାଲି ଯାଇଥିଲେ। କିନ୍ତୁ ଦକ୍ଷିଣ ଗୋଆ ପୁଲିସ୍‌ ତାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି।

Advertisment

ପୁଲିସ୍‌ର କହିବା କଥା, ସଞ୍ଜୟ ଓ ରୋଶନି ନିକଟରେ ଗୋଆ ଆସିଥିଲେ। ଏଠାରେ ସେମାନେ ପରସ୍ପରକୁ ବିବାହ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ସଞ୍ଜୟ ଦୁଇ ଦିନ ତଳେ ରୋଶନିଙ୍କୁ ହତ୍ୟା କରିଥିଲେ।

ଏହାପରେ ମୃତଦେକୁ ଜଙ୍ଗଲିଆ ଅଞ୍ଚଳରେ ପିଙ୍ଗି ଦେଇଥିଲେ। ସୋମବାର ସନ୍ଧ୍ୟାରେ ପ୍ରତାପ ନଗରର ଜଙ୍ଗଲିଆ ଅଞ୍ଚଳରୁ ରୋଶନିଙ୍କ ମୃତଦେହ ମିଳିଥିଲା। ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

ମୃତଦେହ ମିଳିଥିବା ଅଞ୍ଚଳକୁ ଯାଇଥିବା ଦକ୍ଷିଣ ଗୋଆର ଏସ୍‌ପି ତିକାମ ସିଂହ ବର୍ମା କହିଛନ୍ତି ଯେ ମୃତଦେହ ମିଳିବା ପରେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରିଥିଲା। ଏହାପରେ ସଞ୍ଜୟଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ୨୪ ଘଣ୍ଟା ମଧ୍ୟରେ ସଞ୍ଜୟଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି। ଏବେ ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି।

Murder Bengaluru Goa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe