Advertisment

ଦୁଇ ଝିଅଙ୍କ କଲେଜ ଫି’ ପାଇଁ ଯୌନ ସମ୍ପର୍କର ସିଧାପ୍ରସାରଣ କରୁଥିଲେ ଦମ୍ପତି

ଦମ୍ପତିଙ୍କ ଦୁଇ ଜଣ ଝିଅ ରହିଛନ୍ତି। ସେମାନେ କଲେଜରେ ପଢ଼ନ୍ତି। ଦୁଇ ଜଣ ଯାକ ଭଲ ଛାତ୍ରୀ। ସେମାନଙ୍କ ମଧ୍ୟରୁ ଜଣେ ବିଟେକ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷର ଛାତ୍ରୀ।

author-image
Hemant Lenka
Sexual

Sexual

ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ। ଦମ୍ପତିଙ୍କର ଦୁଇ ଜଣ କଲେଜ ପଢ଼ୁଆ ଝିଅ ମଧ୍ୟ ରହିଛନ୍ତି। କିନ୍ତୁ ଦୁଇ ଝିଅଙ୍କ କଲେଜ ଫି’ ଦେବାକୁ ଦମ୍ପତି ସକ୍ଷମ ହେଉ ନଥିଲେ। ଏଥିପାଇଁ ଦମ୍ପତି ନିଜ ବ୍ୟକ୍ତିଗତ ସମ୍ପର୍କକୁ ସୋଶାଲ ମିଡିଆରେ ଭାଇରାଲ କରିବାକୁ ନିଷ୍ପତ୍ତି ନେଲେ। ଅଧିକ ଟଙ୍କା ପାଇବା ଉଦ୍ଦେଶ୍ୟରେ ସେମାନେ ନିଜର ଯୌନ ସମ୍ପର୍କର ଦୃଶ୍ୟକୁ ସିଧାପ୍ରସାରଣ କରୁଥିଲେ। ଏକଥା ଜଣାପଡ଼ିବା ପରେ ହାଇଦ୍ରାବାଦର ଏହି ଦମ୍ପତିଙ୍କୁ ପୁଲିସ୍‌ ଗିରଫ କରିଛି।

Advertisment

ପୁଲିସ୍‌ କହିଛି ଯେ ଦମ୍ପତିଙ୍କ ଦୁଇ ଜଣ ଝିଅ ରହିଛନ୍ତି। ସେମାନେ କଲେଜରେ ପଢ଼ନ୍ତି। ଦୁଇ ଜଣ ଯାକ ଭଲ ଛାତ୍ରୀ। ସେମାନଙ୍କ ମଧ୍ୟରୁ ଜଣେ ବିଟେକ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷର ଛାତ୍ରୀ। ଆଉ ଜଣେ ଝିଅ ନିକଟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୪୭୦ରୁ ୪୬୮ ନମ୍ବର ରଖିଥିଲେ। ଦୁଇ ଜଣ ଯାକ ଭଲ ପଢ଼ୁଥିଲେ ହେଁ ସେମାନଙ୍କ କଲେଜ ଫି’ ଦେବା ଦମ୍ପତିଙ୍କ ପକ୍ଷରେ ସହଜ ହେଉ ନଥିଲା।

ସେହିପରି ଏମାନଙ୍କ ବାପା ପେଶାରେ ଜଣେ ଅଟୋ ଟ୍ରାଇଭର। ସେ ମଧ୍ୟ ବହୁବିଧ ରୋଗରେ ପୀଡ଼ିତ। ତେଣୁ ସେ ନିଜର ମେଡିକାଲ ଖର୍ଚ୍ଚ ଠିକ ଭାବେ କରି ପାରୁ ନଥିଲେ। ଏପରି ଆର୍ଥିକ ସଙ୍କଟରୁ ବର୍ତ୍ତିବା ପାଇଁ ଦମ୍ପତି ସହଜରେ ଟଙ୍କା ଆୟ କରିବାକୁ ନିଜର ଯୌନ ସମ୍ପର୍କର ଦୃଶ୍ୟକୁ ସିଧା ପ୍ରସାରଣ କରୁଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

Advertisment

ପୁଲିସ୍‌ ଏମାନଙ୍କୁ ଗୁରୁବାର ଦିନ ଅମ୍ବରପେଟର ମଲ୍ଲିକାର୍ଜୁନ ନଗରରୁ ଗିରଫ କରିଛି। ସେମାନଙ୍କ ଘରୁ ପୁଲିସ୍‌ ଏକାଧିକ ହାଇ ଡେଫିନେସନ ବା ଏଚଡି କ୍ୟାମେରା ଜବତ କରିଛି।ପୁଲିସ କହିଛି ଯେ ଦମ୍ପତି ସେମାନଙ୍କ ଯୌନ ସମ୍ପର୍କର ଉଭୟ ଲାଇଭ ଓ ରେକର୍ଡ ଭିଡିଓକୁ ନିର୍ଦ୍ଦିଷ୍ଟ ଆପ୍‌ ବ୍ୟବହାରକାରୀଙ୍କ ପାଖକୁ ଛାଡ଼ୁଥିଲେ। ସେମାନଙ୍କ ଟାର୍ଗେଟରେ ଯୁବ ଗୋଷ୍ଠୀ ହିଁ ରହିଥିଲେ। ଗୋଟିଏ ଲାଇଭ ଭିଡିଓ ପାଇଁ ୨ ହଜାର ଟଙ୍କା ଓ ରେକର୍ଡ ଭିଡିଓ ପାଇଁ ୫୦୦ ଟଙ୍କାର ବ୍ୟବସ୍ଥା ରହିଥିଲା।

ଏପରି କରି ଦମ୍ପତି ବିପୁଳ ଟଙ୍କା ଆୟ କରିବାକୁ ସକ୍ଷମ ହୋଇଥିଲେ। ଦିନ ସାରା ଗାଡ଼ି ଚଳାଇ ବ୍ୟକ୍ତି ଜଣଙ୍କ ଯେତିକି ଆୟ କରି ପାରୁ ନଥିଲେ, ତା’ଠାରୁ ଯଥେଷ୍ଟ ଅଧିକ ଟଙ୍କା ସେମାନଙ୍କୁ ଭିଡିଓ ପୋଷ୍ଟ କରି ମିଳୁଥିଲା। ନିଜ ଯୌନ ସମ୍ପର୍କର ଭିଡିଓକୁ ରେକର୍ଡ ଓ ସିଧାପ୍ରସାରଣ କରିବାକୁ ଦମ୍ପତି ଏଚଡି କ୍ୟାମେରାରର ବ୍ୟବହାର କରୁଥିଲେ। ନିଜର ପରିଚୟକୁ ଗୋପନ ରଖିବା ପାଇଁ ସେମାନେ ସବୁବେଳେ ମାସ୍କ ପରିଧାନ କରୁଥିଲେ।

ତେବେ ଗୁପ୍ତ ତଥ୍ୟ ପାଇ ଇଷ୍ଟ ଜୋନ ଟାସ୍କ ଫୋର୍ସ ନିକଟରେ ଦମ୍ପତିଙ୍କ ଘରେ ରେଡ କରିଥିଲା। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ଦମ୍ପତିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଭିଡିଓ କିଣୁ ଥିବା ଲୋକଙ୍କୁ ମଧ୍ୟ ନୋଟିସ କରିଛି।

Crime Hyderabad