Advertisment

୨୨ ବର୍ଷ ପରେ ଆସିଲା ରାୟ: ୬ ଜଣଙ୍କୁ ଆଜୀବନ କାରାଦଣ୍ଡ, ୧୦ ନିର୍ଦ୍ଦୋଷରେ ଖଲାସ

୨୦୦୨ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ, ଯେଉଁଥିରେ ଥିଲେ ୧୮ ଜଣ ଅଭିଯୁକ୍ତ।

Court

Court

Advertisment

ନୟାଗଡ଼ ଜିଲ୍ଲା କେଶପାନିଆ ଗାଁର ମଦନ ନାୟକଙ୍କ ହତ୍ୟା ମାମଲାରେ ୨୨ ବର୍ଷ ପରେ ଆସିଛି ରାୟ। ୧୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଥିବା ବେଳେ ୧୦ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଆଉ ୨ ଅଭିଯୁକ୍ତଙ୍କ ମୃତ୍ୟୁ ଘଟି ସାରିଛି।

Advertisment

୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ନ ଦେଲେ ସେମାନଙ୍କୁ ଅଧିକ ୬ ମାସ ଲେଖାଏଁ ଜେଲ୍‌ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା କେଶପାନିଆରେ ୨୦୦୨ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଦନ ନାୟକଙ୍କୁ ହତ୍ୟା କରାଯାଇଥିଲା। ବୋମା ଫିଙ୍ଗି, ଠେଙ୍ଗା ଓ କଟୁରୀରେ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଥିଲା। ଏମିତିକି ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ ଏକାଧିକ ଲୋକ। ସେମାନଙ୍କୁ ଲକ୍ଷ୍ୟ କରି ବୋମା ଓ ପଥର ମାଡ଼ କରାଯାଇଥିଲା।

Advertisment

ଏହି ମାମଲାରେ ମୋଟ ୧୮ ଜଣ ଅଭିଯୁକ୍ତ ଥିଲେ। ୧୦ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇସାରିଛି। ଅନ୍ୟ ୬ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe