Advertisment

ସିମ୍ ବକ୍ସ ମାମଲା: ପୁଣି ରିମାଣ୍ଡରେ ଗଲା ରାଜୁ ମଣ୍ଡଳ

ପୂର୍ବରୁ NIA ଅଧିକାରୀ ରାଜୁ ମଣ୍ଡଳକୁ ପଚାରାଉଚରା ଉଚରା କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
 Raju Madala

Raju Madala

ସିମ୍ ବକ୍ସ ମାମଲାରେ ଅଧିକ ଖୋଳତାଡ଼ ପାଇଁ ଅଭିଯୁକ୍ତ ରାଜୁ ମଣ୍ଡଳକୁ ପୁଣି ରିମାଣ୍ଡରେ ନେଇଛି କମିଶନରେଟ ପୁଲିସ। ଦୁଇ ଦିନିଆ ରିମାଣ୍ଡ ଅନୁମତି ମିଳିବା ପରେ ଜେଲରୁ ରାଜୁ ମଣ୍ଡଳକୁ ନିଜ ହେପାଜତକୁ ନେଇଛି ପୁଲିସ। ଜେଲରୁ ଆଣିବା ପରେ ରାଜୁକୁ ଲକ୍ଷ୍ମୀସାଗର ଥାନାକୁ ଆଣି ପଚରାଉଚରା କରାଯାଇଥିବା ସୂଚନା ମିଳିଛି।

Advertisment

ପୂର୍ବରୁ NIA ଅଧିକାରୀ ରାଜୁ ମଣ୍ଡଳକୁ ପଚାରାଉଚରା ଉଚରା କରିଥିଲା। ଏବେ ରିମାଣ୍ଡରେ ଆସିବା ପରେ ପୁଣି ଜେରା କରିପାରେ NIA ଟିମ । ସିମ ବକ୍ସ ମାମଲାରେ ଦ୍ୱିତୀୟ ଥର ପାଇଁ ରାଜୁକୁ ରିମାଣ୍ଡରେ ଆଣିଛି ପୁଲିସ।  ୭ ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଲକ୍ଷ୍ମୀସାଗର ଥାନା ପୁଲିସ କୋର୍ଟରେ ଆବେଦନ କରିଥିବାବେଳେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ।

ରିମାଣ୍ଡ ଅବଧି ବେଳେ ମୁଖ୍ୟ ଅଭିଯୁକ୍ତ ଆସାଦୁର ଜମାନ ବାବଦରେ ଅଧିକ ପଚରାଉଚରା ହେବ। ବାଂଲାଦେଶର ଢାକାରେ ରହି ଆସାଦୁର କିଭଳି ଭୁବନେଶ୍ୱର, କଟକ ଓ ରାଞ୍ଚିରେ ନିଜର ସିଣ୍ଡିକେଟ ଚଳାଇଥିଲା ତାହାର ଖୋଳତାଡ଼ ହେବ। କିଏ ତା ପାଇଁ ପଇସା ଖର୍ଚ୍ଚ କରୁଥିଲା ? ଆର୍ଥିକ କାରବାର ପଛରେ ଆଉ କାହାର ହାତ ଅଛି କି ? ସିମବକ୍ସ ଜରିଆରେ ପାକିସ୍ତାନ ଓ ଚୀନ କାହା ପାଖକୁ ଯାଉଥିଲା କଲ ? କଣ ଏହି ସ୍ମାର୍ଟ ସୁଇଚ ? ସିମ ବକ୍ସ ରୁ ଯାଉଥିଲା କି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନ ଙ୍କୁ କଲ ? ଏ ସବୁ କଥା ଜାଣିବା ପାଇଁ ରାଜୁକୁ ଅଧିକ ପଚରାଉଚରା କରାଯିବ।

Advertisment

ଗତକାଲି ଅସାଦୁରର ଫଟୋ ଜାରି କରିଥିଲା କମିଶନରେଟ ପୁଲିସ । ଢାକାରେ ଏକ ସଫ୍ଟୱେର କମ୍ପାନୀ ଚଳାଉଥିଲା ଆସାଦୁର। ଫ୍ୟାସନ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟରୁ ପାଠ ପଢ଼ିଥିଲା। ପୁଲିସ ହାତରେ ସିଡ଼ିଆର ରିପୋର୍ଟ ଲାଗିବା ପରେ ଗୋଟିଏ ପରେ ଗୋଟିଏ ଆତଙ୍କୀ ଲିଙ୍କ ନେଇ ଅଧିକ ଖୋଲତାଡ଼ କରୁଛି ପୁଲିସ। 

Odisha Police Commissionorate Police