/odisha-reporter/media/post_attachments/uploadimage/library/16_9/16_9_0/IMAGE_1722914278.jpg)
satyajit samal
ପାଞ୍ଚ ମହିଳାଙ୍କୁ ବିବାହ କରି ମଉଜ କରୁଥିବା ମଜୁନ ସତ୍ୟଜିତ ମାନଗୋବିନ୍ଦ ସାମଲର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ଏହି ସଂଖ୍ୟା ୫ରେ ସୀମିତ ରହିଛି ନା ଅଧିକ ତାକୁ ନେଇ ଖୋଳତାଡ଼ କରିବାକୁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ୍। ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ୟାପିଟାଲ୍ ଥାନା ପୁଲିସ୍। ତେବେ ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିବା ପରେ ଆଜିଠୁ ସତ୍ୟଜିତକୁ ରିମାଣ୍ଡରେ ନିଆଯିବ।।
ମଜୁନ ସତ୍ୟଜିତ ୫ ମହିଳାଙ୍କୁ ବିବାହ କରିବା ସହ ୪୯ ମହିଳାଙ୍କ ସହ ସମ୍ପର୍କରେ ଥିଲା। ମହିଳାଙ୍କୁ ବାହା ହେବା ସହ ବିଭିନ୍ନ ଉପାୟରେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲା। ସବୁ ଟଙ୍କା ଆତ୍ମସାତ କରି ଧରାପଡ଼ିବା ପୂର୍ବରୁ ବିଦେଶ ପଳାଉଥିଲା ସତ୍ୟଜିତ। ବିଶେଷ କରି ସେ ଦୁବାଇକୁ ପଳାଉଥିବା ଜଣାପଡିଛି ।
ଏଭଳି ଭାବରେ ସେ ଜଣେ ମହିଳାଙ୍କଠାରୁ ୩୬ ଲକ୍ଷ ଟଙ୍କା ଓ ବୋଲେନୋ କାର ଏବଂ ଅନ୍ୟ ଜଣେ ମହିଳାଙ୍କଠାରୁ ୮ ଲକ୍ଷ ଟଙ୍କା ଓ ବୁଲେଟ ଗାଡି ନେଇଥିଲା । ଯଦି କୌଣସି ମହିଳା ତା ବାବଦରେ ଜାଣି ତାକୁ ଟଙ୍କା ମାଗୁଥିଲେ, ସେ ଓଲଟା ବନ୍ଧୁକ ଦେଖାଇ ଧମକାଉଥିଲା। ସଂପୃକ୍ତ ୨ ମହିଳା ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍ ପୁଲିସ ଖୋଳତାଡ଼ କରିଥିଲା। ଅଗଷ୍ଟ ୩ ତାରିଖ ଦିନ ସତ୍ୟଜିତକୁ ପୁଲିସ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
