Advertisment

ଆପାର୍ଟମେଣ୍ଟ ମାଲିକଙ୍କୁ ଅଦାଲତଙ୍କ ନିର୍ଦ୍ଦେଶ; ମାସକରେ ଗ୍ରାହକଙ୍କୁ ୩୧ ଲକ୍ଷ ଫେରାଅ, ନଚେତ...

ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଟଙ୍କା ନ ଫେରାଇଲେ ବାର୍ଷିକ ଶତକଡ଼ା ୧୨% ସୁଧ ସହ ମିଶାଇ ଚୁକ୍ତି ଦିନ ଠାରୁ ଦେବେ ବୋଲି ରାୟରେ କୁହାଯାଇଛି।

ଅଦ୍ୟତନ ହୋଇଛି
Court

Court

Advertisment

ଗ୍ରାହକଙ୍କୁ ଠକୁଥିଲେ ଆପାର୍ଟମେଣ୍ଟ ମାଲିକ । ସାଂଘାତିକ ଝଟକା ଦେଲେ ଖାଉଟି ଅଦାଲତ । ଏପରି ଜଣେ ଆପର୍ଟମେଣ୍ଟ ମାଲିକ ଯୋଗେନ୍ଦ୍ର ସାଇଙ୍କୁ ମାସକ ମଧ୍ୟରେ ୩୦ ଲକ୍ଷ ୮୦ ହଜାର ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଖାଉଟି ଅଦାଲତ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଟଙ୍କା ନ ଫେରାଇଲେ ବାର୍ଷିକ ଶତକଡ଼ା ୧୨% ସୁଧ ସହ ମିଶାଇ ଚୁକ୍ତି ଦିନ ଠାରୁ ଦେବେ ବୋଲି ରାୟରେ କୁହାଯାଇଛି।

Advertisment

୨୦୨୦ ମସିହାରେ ଜୟପୁର ସହର ନେହେରୁ ନଗରର କେ.ସୁମନଙ୍କୁ ୨୧ଲକ୍ଷ ଟଙ୍କାରେ ଫ୍ଲାଟ ଦେବା ପାଇଁ ଚୁକ୍ତି କରିଥିଲେ ମାଲିକ ଯୋଗେନ୍ଦ୍ର ସାଇ। ଗତ ଡିସେମ୍ବର ୨୦୨୨ ସୁଦ୍ଧା ଫ୍ଲାଟ ହସ୍ତାନ୍ତର କରିବାକୁ ସେ ଚୁକ୍ତି କରିଥିଲେ । ହେଲେ କୋଭିଡ଼ ଆଳ ଦେଖାଇ ଘର ହସ୍ତାନ୍ତର କରିବାରେ ବିଳମ୍ବ କରି ଚାଲିଥିଲେ ।

ଏଥିରେ ହତାଶ ହୋଇ କେ.ସୁମନ୍ ୨୦୨୩ ଡିସେମ୍ବର ୨ ତାରିଖରେ ଜୟପୁରସ୍ଥିତ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ । ଶେଷରେ ମାମଲାରେ ରାୟ ଶୁଣାଇଛନ୍ତି ଖାଉଟି ଅଦାଲତ ।

Advertisment

ଅଦାଲତ କେ.ଯୋଗେନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ରାୟ ପ୍ରକାଶ ପାଇବାର ମାସକ ମଧ୍ୟରେ ଆବେଦନକାରୀ କେ.ସୁମନଙ୍କୁ ୨୦ ଲକ୍ଷ ଟଙ୍କା ସହ ଚୁକ୍ତି ଦିନଠାରୁ ବର୍ତ୍ତମାନ ଯାଏଁ ଏହାର ୬ ପ୍ରତିଶତ ସୁଧ ମିଶାଇ ଟଙ୍କା ଫେରସ୍ତ କରିବେ। ଏଥିସହ କ୍ଷତି ପୂରଣ ବାବଦକୁ ୫ ଲକ୍ଷ ଟଙ୍କା ଓ ମାମଲା ସହ ଘର ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧ ଲକ୍ଷ ଟଙ୍କା କେ.ସୁମନଙ୍କୁ ପ୍ରଦାନ କରିବାକୁ ରାୟ ଦେଇଛନ୍ତି।

Petitionerନିଜ ଓକିଲଙ୍କ ସହ ଆବେଦନକାରୀ କେ.ସୁମନ ।

ତେଣୁ ସର୍ବମୋଟ ୩୦ ଲକ୍ଷ ୮୦ ହଜାର ଟଙ୍କା ରାୟ ପ୍ରକାଶର ୩୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ । ଏହି ସମୟ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ ନ କଲେ ବାର୍ଷିକ ଶତକଡ଼ା ୧୨% ସୁଧ ସହ ମିଶାଇ ଚୁକ୍ତି ଦିନ ଠାରୁ ଦେବେ ବୋଲି ରାୟରେ କୁହାଯାଇଛି। ତେବେ ଖାଉଟି ଅଦାଲତଙ୍କ ରାୟ ନେଇ ଆପର୍ଟମେଣ୍ଟ ମାଲିକ କେ. ଯୋଗେନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିପାରିନି।

ଏନେଇ ଅଭିଯୋଗକାରୀ କହିଛନ୍ତି, ୨୦୧୭-୧୮ ମସିହାରେ ବିଲ୍ଡିଂ କାମ ଆରମ୍ଭ ହୋଇଥିଲା। ମୁଁ ୨୦୨୦ରେ ଟଙ୍କା ଦେଇଥିଲି। କାମ ଆରମ୍ଭର ୮ ବର୍ଷ ପରେ ବି ବିଲ୍ଡିଂ କାମ ଶେଷ ହୋଇ ପାରୁନି। ପାଖାପାଖି ୨୦ ଲକ୍ଷ ଦେଇ ସାରିଛି। ଏନେଇ ଆପାର୍ଟମେଣ୍ଟ ମାଲିକ ନ ଶୁଣିବାରୁ ଆମେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲୁ।

ନିଜ ସ୍ୱପ୍ନର ଘର କିଣିବାରୁ ନିଜ ଜୀବନଯାକର ପୁଞ୍ଜି ଲଗାଇ ଦେଇଥାନ୍ତି ଲୋକେ। ଭାବିଥାନ୍ତି ମୁଣ୍ଡ ଉପରେ ଛାତ ଥିଲେ ଶାନ୍ତିରେ ରହିବେ। ଏଥିନିମନ୍ତେ ଆପାର୍ଟମେଣ୍ଟ ମାଲିକ, ଜମି ମାଲିକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଗଣି ଦେଇଥାନ୍ତି। ମାତ୍ର ପରେ ଟଙ୍କା ନେଇ ଆପାର୍ଟମେଣ୍ଟ ମାଲିକ, ଜମି ମାଲିକ ସେମାନଙ୍କୁ ନାନା ହଇରାଣ କରିଥାନ୍ତି। ଜୟପୁର ଖାଉଟି ଅଦାଲତଙ୍କ ଏପରି ରାୟ ଗ୍ରାହକଙ୍କୁ ଠକୁଥିବା ଆପାର୍ଟମେଣ୍ଟ ମାଲିକ, ଜମି ମାଲିକଙ୍କୁ ଉଚିତ ଶିକ୍ଷା ବୋଲି ଆଲୋଚନା ହେଉଛି।

Koraput Judgement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe