Advertisment

୩୪ ବର୍ଷ ପୂର୍ବେ ୨୦ ଟଙ୍କା ଲାଞ୍ଚ ନେଇଥିଲେ, ଏବେ ବନ୍ଧାହେବେ

୧୯୯୯ ମସିହାରୁ ପୁଲିସକୁ ଚକମା ଦେଇ ଚାଲିଥିଲେ।

Hand

Hand

Advertisment

୧୯୯୦ର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ୩୪ ବର୍ଷ ପରେ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ଗିରଫ ହେବେ। ଏନେଇ ସ୍ପେଶାଲ ଭିଜିଲାନ୍ସ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ୧୯୯୦ ମସିହା ମେ 6ରେ ବିହାରର ସାହରସା ରେଳ ଷ୍ଟେସନରେ ଡ୍ୟୁଟିରେ ଥିଲେ କନଷ୍ଟେବଳ ସୁରେଶ ସିଂହ। ଏହି ସମୟରେ ପରିବା ନେଇ ଯାଉଥିବା ମହେଶଖୁଣ୍ଟ ଅଞ୍ଚଳର ସୀତା ଦେବୀଙ୍କୁ ଅଟକାଇଥିଲେ। ସୁରେଶ ସିଂହ ତାଙ୍କୁ କିଛି ଚୁପଚୁପ୍ କହିଥିଲେ ଏବଂ ତାଙ୍କ କାନି ଗଣ୍ଠିରୁ ୨୦ ଟଙ୍କା ନେଇଥିଲେ। 

ଏହି ସମୟରେ ସେ ରେଡ୍-ହ୍ୟାଣ୍ଡ ଧରା ପଡ଼ିଥିଲେ। ସେତେବେଳେ ରେଲୱେ ଷ୍ଟେସନ ଦାୟିତ୍ୱରେ ଥିବା ପୁଲିସ ତାଙ୍କୁ ଧରିବା ସହ ଲାଞ୍ଚ ନେଇଥିବା ୨୦ ଟଙ୍କା ଜବତ କରିଥିଲେ। ୩୪ ବର୍ଷ ପରେ ଏହି ମାମଲା ଉପରେ ସ୍ପେଶାଲ ଭିଜିଲାନ୍ସ ଜଜ୍ ବିଚାର କରିଛନ୍ତି। ବିଚାରପତି ସୁଦେଶ ଶ୍ରୀବାସ୍ତବ ଏ ଉପରେ ବିଚାର କରି ସୁରେଶ ସିଂହଙ୍କୁ ଗିରଫ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ସେ ମାତ୍ର ୨୦ ଟଙ୍କା ଲାଞ୍ଚ ନେଇଥିଲେ ମଧ୍ୟ ଗତ ତିନି ଦଶନ୍ଧୀ ଧରି ପୁଲିସକୁ ଭୂଆଁ ବୁଲାଇ ଚାଲିଥିଲେ। କାରଣ ୧୯୯୯ ମସିହାରେ ଏହି ମାମଲାରେ ତାଙ୍କୁ ଜାମିନ୍ ମିଳିଥିଲେ ମଧ୍ୟ ସେ କୋର୍ଟରେ ହାଜର ନ ହୋଇ ଫେରାର୍ ହୋଇ ଯାଇଥିଲେ। ଫଳରେ କୋର୍ଟ ତାଙ୍କ ବେଲ୍ ବୋଣ୍ଡ ବାତିଲ୍ କରି ପୁନଃ ଗିରଫ ପରୱାନା ଜାରି କରିଥିଲେ। କିନ୍ତୁ ଆଜି ଯାଏ ପୁଲିସ ତାଙ୍କୁ ଧରିବାରେ ବିଫଳ ହୋଇଥିଲା।

ନିକଟରେ ତାଙ୍କ ଚାକିରି କାଳ ସମୟର ଏକ ରେକର୍ଡ ଯାଞ୍ଚ କରିବା ବେଳେ ଜଣାପଡିଥିଲା ଯେ, ସେ ପୋଷ୍ଟିଂ ସମୟରେ ଭୁଲ୍ ଠିକଣା ଦେଇଥିଲେ।ତେଣୁ ତାଙ୍କୁ ଧରିବା ପାଇଁ ପୁଲିସକୁ କାଠିକର ପାଠ ହୋଇଥିଲା। ବର୍ତ୍ତମାନ ସ୍ପେଶାଲ ଭିଜିଲାନ୍ସ ଜଜ୍ ସୁଦେଶ ଶ୍ରୀବାସ୍ତବ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Bribe Bihar Bribe Case 20 Rupees Bribe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe