Advertisment

ସ୍ତ୍ରୀଙ୍କୁ ପୋଡ଼ି ମାରି ଦେଇଥିଲେ, କୋର୍ଟ ଦେଲେ ଆଜୀବନ କାରାଦଣ୍ଡାଦେଶ

ସ୍ତ୍ରୀ ଜତନୀଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଫେରାର ହୋଇଯାଇଥିଲେ

author-image
Biswajit Samal
court

court

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ ଜେଲ୍। ଆଜୀବନ କାରା ଦଣ୍ଡରେ ଦଣ୍ଡିତ କଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ କୋର୍ଟ। ଆଜୀବନ କାରାଦଣ୍ଡା ଦେଶ ପାଇଥିବା ବ୍ୟକ୍ତିଙ୍କ ନାଁ ରଞ୍ଜନ ଗାଗରାଇ। ତାଙ୍କ ଘର ବଡ଼ବିଲ ଥାନା କୋହ୍ଲ ବରପଦା ଗାଁରେ।

Advertisment

ସୂଚନା ଅନୁସାରେ ୨୦୧୮ ରେ ରଞ୍ଜନ ଗାଗରାଇ ତାଙ୍କ ସ୍ତ୍ରୀ ଜତନୀଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଜତନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ନେଇ ବଡ଼ବିଲ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ବଡ଼ବିଲ ପୁଲିସ ଘଟଣାର ତଦନ୍ତ କରି ଫେରାର ରଞ୍ଜନ ଗାଗରାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜତନୀଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ଓ ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସରୋଜ କୁମାର ଦାସ ଆସାମୀ ରଞ୍ଜନ ଗାଗରାଇକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment
Murder