Advertisment

ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌

କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୧୦ ଲକ୍ଷ ଟଙ୍କାର ଜରିମାନା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Rakesh dhar Tripathi

Rakesh dhar Tripathi

Advertisment

ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କୁ ଜେଲ୍‌। ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ରାକେଶ ଧର ତ୍ରିପାଠୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୧୦ ଲକ୍ଷ ଟଙ୍କାର ଜରିମାନା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସ୍ୱତନ୍ତ୍ର ଏମପି-ଏମଏଲଏ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହାସହ ରାକେଶ ଧରଙ୍କୁ ତୁରନ୍ତ ହେପାଜତକୁ ନେଇ ଜେଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

Advertisment

ସୂଚନା ମୁତାବକ, ୨୦୦୭ ମେ' ୧ରୁ ୨୦୧୧ ଡିସେମ୍ବର ୧୧ ତାରିଖ ଯାଏଁ ରାକେଶ ଧର ତ୍ରିପାଠୀ ମାୟାବତୀଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ଥିଲେ। ତାଙ୍କ ବିରୋଧରେ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ କୋର୍ଟ ତ୍ରିପାଠୀଙ୍କୁ ସ୍ପଷ୍ଟିକରଣ ମାଗିଥିଲେ। ହେଲେ ତ୍ରିପାଠୀ ନିଜ ଜବାବରେ କୌଣସି ସନ୍ତୋଷଜନକ ସ୍ପଷ୍ଟିକରଣ ଦେଇପାରି ନଥିଲେ। ଏହାପରେ ବିଚାରପତି ତାଙ୍କ ବିରୋଧରେ ଦଣ୍ଡବିଧାନ କରିଛନ୍ତି।

ଇନସ୍ପେକ୍ଟର ରାମସୁଖ୍ ରାମ ୨୦୧୨ ନଭେମ୍ବର ୨୩ ତାରିଖରେ ପ୍ରୟାଗରାଜର ମୁଠିଗଞ୍ଜ ଥାନାରେ ରାକେଶ ଧରଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଏହାପରେ ପୁଲିସ ତୁରନ୍ତ ଭିଜିଲାନ୍ସ ହାତକୁ ଏହି ମାମଲା ଦେଇଥିଲେ। ଭିଜିଲାନ୍ସ ଏହି ମାମଲାର ତଦନ୍ତ କରି ବାରଣାସୀ ଜିଲ୍ଲା କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଏହି ମାମଲା ଏମପି-ଏମଏଲଏର ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ତେବେ ଦଣ୍ଡଦେଶ ଘୋଷଣା ହେବା ପରେ ପରେ ରାକେଶ ଧର କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ପରେ ଜାମିନ ପ୍ରଦାନ କରିଥିବା ଜଣାପଡିଛି। ପୂର୍ବତନ ମନ୍ତ୍ରୀ ରାକେଶ ଧରଙ୍କ ଅଧିକ ବୟସ ଓ ଖରାପ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି କୋର୍ଟ ତାଙ୍କୁ ଜାମିନ ଦେଇଥିବା ଜଣାପଡିଛି।

Uttar Pradesh Court Rakesh Dhar Tripathi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe