Advertisment

ନାବାଳିକା ଦୁଷ୍କର୍ମ ମାମଲା: ଜଣଙ୍କୁ ୨୦ ବର୍ଷ ଜେଲ୍, ଆଉ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଗୋଟିଏ ଘଟଣା ଅଇଁଠାପାଲି ଓ ଅନ୍ୟଟି ମହୁଲିପାଳ ଥାନା ଅଞ୍ଚଳରେ ଘଟିଥିଲା।

author-image
Jitendra Garnayak
Jail

Jail

ସମ୍ବଲପୁରରେ ୨ଟି ଭିନ୍ନ ଭିନ୍ନ ନାବାଳିକା ଦୁଷ୍କର୍ମ ଘଟଣାରେ ପୋକ୍ସୋ କୋର୍ଟ ଆଜି ଦୁଇ ଜଣ ଦୋଷୀଙ୍କୁ ସଜା ଶୁଣାଇଛନ୍ତି। ଜଣେ ଦୋଷୀଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି କୋର୍ଟ। ସେହିପରି ଅନ୍ୟ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି।

Advertisment

ପ୍ରଥମ ଘଟଣାଟି ଅଇଁଠାପାଲି ଥାନା ଅଞ୍ଚଳରେ ୨୦୧୫ ମସିହାରେ ଘଟିଥିଲା। ଚକୋଲେଟ ଦେବା ବାହାନାରେ ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା ଦୋଷୀ। ଏହି ଘଟଣାରେ ୨୦ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏହା ସହିତ ଅନ୍ୟାନ୍ୟ ତଥ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପରେ କୋର୍ଟ ତାକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି।

ଅନ୍ୟ ଘଟଣାଟି ମହୁଲିପାଳ ଥାନା ଅଞ୍ଚଳରେ ଘଟିଥିଲା। ଦୋଷୀ ଜଣେ ୧୨ ବର୍ଷର ନାବାଳିକାଙ୍କୁ ବହୁ ବାର ଦୁଷ୍କର୍ମ କରିଥିଲା। ସମସ୍ତ ସାକ୍ଷ୍ୟ, ତଥ୍ୟ ଓ ପ୍ରମାଣ ଆଧାରରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାକୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି। ତା’ ସହିତ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି।

Advertisment
Rape Pocso Life Imprisonment