Advertisment

Murder: ଭାଉଜଙ୍କ ସହ ଥିଲା ଅନୈତିକ ସମ୍ପର୍କ: ସମ୍ପର୍କୀୟ ଭାଇଙ୍କୁ ଗୁଳି ମାରିବା ପରେ ମୁଣ୍ଡ କାଟି ଦେଲେ

ସୁରେନ୍ଦ୍ରଙ୍କ ପତ୍ନୀ ଓ ଶୁଭମଙ୍କ ମଧ୍ୟରେ ବେଶ କିଛି ମାସ ହେଲେ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି। ଭାଉଜଙ୍କ ସହ ଶୁଭମଙ୍କ ଏପରି ସମ୍ପର୍କକୁ ସୁରେନ୍ଦ୍ର ଆଦୌ ସହ୍ୟ କରିପାରି ନଥିଲେ। ଏଥିପାଇଁ ସେ ଶୁଭମଙ୍କ ଠାରୁ ଏହାର ପ୍ରତିଶୋଧ ନେବାକୁ ଚାହିଁଥିଲେ।

Murder

representational image

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଜଣେ ୨୮ ବର୍ଷୀୟ ଯୁବକଙ୍କୁ ନିର୍ମମ ଭାବେ କରାଯାଇଛି ହତ୍ୟା। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ(Crime) କରାଯିବା ପରେ ଗୁଳି ମାରି ହତ୍ୟା କରାଯାଇଛି। ଏହାପରେ ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦିଆଯାଇଛି। ମଧ୍ୟପ୍ରଦେଶ(Madhya Pradesh)ର ସାଗର ଜିଲ୍ଲା ଅନ୍ତର୍ଗତ ନୀମଖେଡ଼ା ଗାଁରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। 

Advertisment

ମୃତକ ଜଣଙ୍କ ହେଲେ ୨୮ ବର୍ଷୀୟ ଶୁଭମ ଡାଙ୍ଗୀ। ତାଙ୍କୁ ଏପରି ନିର୍ମମ ଭାବେ ତାଙ୍କ ସମ୍ପର୍କୀୟ ବଡ଼ ଭାଇ ୪୫ ବର୍ଷୀୟ ସୁରେନ୍ଦ୍ର ସିଂହ ଓ ଆଉ କିଛି ଲୋକ ହତ୍ୟା କରିଛନ୍ତି। ସୁରେନ୍ଦ୍ରଙ୍କ ପତ୍ନୀ ଓ ଶୁଭମଙ୍କ ମଧ୍ୟରେ ବେଶ କିଛି ମାସ ହେଲେ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି। ଭାଉଜଙ୍କ ସହ ଶୁଭମଙ୍କ ଏପରି ସମ୍ପର୍କକୁ ସୁରେନ୍ଦ୍ର ଆଦୌ ସହ୍ୟ କରିପାରି ନଥିଲେ। ଏଥିପାଇଁ ସେ ଶୁଭମଙ୍କ ଠାରୁ ଏହାର ପ୍ରତିଶୋଧ ନେବାକୁ ଚାହିଁଥିଲେ।

ଯୋଜନା ଅନୁସାରେ, ଘଟଣା ଦିନ ସୁରେନ୍ଦ୍ର, ତାଙ୍କର ଦୁଇ ପୁଅ, ଜଣେ ମହିଳା ଓ ଆଉ ଜଣେ ବ୍ୟକ୍ତି ମିଳିତ ଭାବେ ଶୁଭମଙ୍କୁ ତାଙ୍କରି ଘର ପାଖରେ କରିଥିଲେ ଆକ୍ରମଣ। ପ୍ରଥମେ ସେମାନେ କାଠ ଫାଳିଆ ଓ ଲୁହା ରଡରେ ଶୁଭମଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସୁରେନ୍ଦ୍ର ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ସିଧା ଶୁଭମଙ୍କ ଉପରକୁ ଗୁଳି ଚଳାଇଥିଲେ।

Advertisment

ଗୁଳି ମାଡ଼ ଯୋଗୁ ତଳେ ପଡ଼ି ଯାଥିଲେ ଶୁଭମ। ତାଙ୍କ ମୃତ୍ୟୁ ହୋଇ ସାରିଥିଲେ ହେଁ ସୁରେନ୍ଦ୍ର ଗୋଟିଏ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲେ। ଏହାପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କ୍ଷତାକ୍ତ ମୃତଦେହକୁ ଜବତ କରଥିଲା। ପୁଲିସ୍‌ କହିଛି ଯେ ଆକ୍ରମଣରୁ ଶୁଭମଙ୍କୁ ରକ୍ଷା କରିବା ପାଇଁ ତାଙ୍କ ଭାଇ ରଣବୀର ଚେଷ୍ଟା କରିଥିଲେ। ହେଲେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ସୁରେନ୍ଦ୍ରଙ୍କ ଗୋଟିଏ ଗୁଳି ରଣବୀରଙ୍କ ପେଟରେ ମଧ୍ୟ ବାଜିଛି। ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ପୁଲିସ୍‌ ୫ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା କରିଥିବା ବେଳେ ସମସ୍ତେ ଫେରାର ରହିଛନ୍ତି। ଏବେ ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି। ଗାଁର ବିଭିନ୍ନ ସ୍ଥାନକୁ ସିଲ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି। 

Crime Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe