Advertisment

ଗୋରୁ ବୋଝେଇ ଗାଡ଼ି ଜବତ, ଦୁଇ ଗିରଫ

ବାଲେଶ୍ୱର ଜିଲ୍ଲା ସୋର ବାରିକପୁର ହାଟରେ ଗୋରୁ ଚାଲାଣ ବେଳେ ଗୋରୁ ଗାଡି ଜବତ କରିବା ସହ ଅନେକ ଗୋରୁଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

author-image
Niharika Rout
cows

cows

ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ। ବାଲେଶ୍ୱର ଜିଲ୍ଲା ସୋର ବାରିକପୁର ହାଟରେ ଗୋରୁ ଚାଲାଣ ବେଳେ ଗୋରୁ ଗାଡି ଜବତ କରିବା ସହ ଅନେକ ଗୋରୁଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗୋଟିଏ ମିନି ଟ୍ରକ୍ ଜବତ ହୋଇଛି।

Advertisment

ଉଦ୍ଧାର ଗୋରୁଙ୍କୁ ସୋର ଗୋଶାଳାରେ ଛଡ଼ାଯାଇଛି। ଗୋ ମାଫିଆ ମାନେ ଅତି ନିର୍ମମ ଭାବେ ଗୋରୁଙ୍କୁ କଣ୍ଟେନରରେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ। ଏ ନେଇ ଖବର ପାଇବା ପରେ ସୋର ପୁଲିସ ଚଢ଼ାଉ କରିଥିଲା।

ବାଲେଶ୍ୱରରେ ସବୁବେଳେ ଗୋ- ମାଫିଆମାନେ ସକ୍ରିୟ ରହିବା ସହ ବର୍ଷ ସାରା ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରୁଛନ୍ତି। ସବୁ ଜାଣି ବି ପୁଲିସ୍‌ ଚୁପ୍‌ ବସି ରହୁଛି। ଫଳରେ ପୁଲିସ୍‌ର ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Advertisment
Balasore