Advertisment

ବୁଲା ଗୋରୁଙ୍କୁ ଧରି ଚାଲାଣ କରୁଥିଲେ; ଧରାପଡ଼ି ନିସ୍ତୁକ ମାଡ଼ ଖାଇଲେ ମାଫିଆ

ଗତକାଲି ବିଳମ୍ବିତ ରାତିରେ ୪ରୁ ଅଧିକ ବୁଲା ଗୋରୁ ଓ ୩ଟି ଷଣ୍ଢକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲେ ମାଫିଆ।

ଅଦ୍ୟତନ ହୋଇଛି
Accident

Accident

Advertisment

ରାତି ଅଧରେ ବୁଲା ଗୋରୁଙ୍କୁ ଧରି ଚାଲାଣ ବେଳେ ଧରାପଡ଼ିଲେ ମାଫିଆ। ମାଫିଆଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗୋଟିଏ ସ୍କୋର୍ପିଓ ଓ ଦୁଇଟି ବାଇକ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଫାଣ୍ଡି ଅଧିନ ଗଣ୍ଡଗରା ଶନିମନ୍ଦିର ଛକ ଠାରେ।

Advertisment

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଆପଦା ଫାଣ୍ଡି ଅଧିନ ଗଣ୍ଡଗରା ଶନିମନ୍ଦିର ଛକଠାରେ ଏକ ସ୍କୋର୍ପିଓରେ ୪ରୁ ଅଧିକ ବୁଲା ଗୋରୁ ଓ ୩ଟି ଷଣ୍ଢକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲେ ମାଫିଆ। ଏହି ସମୟରେ ସେମାନେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।

ପରେ ଗ୍ରାମବାସୀ ମାଫିଆମାନଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ଗୋଟିଏ ସ୍କୋର୍ପିଓ ଓ ଦୁଇଟି ବାଇକ ଭାଙ୍ଗି ଦେଇଥିଲେ। ପରେ ମାଫିଆମାନେ ଜୀବନ ବିକାଳେ ସେଠାରୁ ଚମ୍ପଟ ମାରିଥିଲେ।ଗ୍ରାମବାସୀ ଗୋରୁ ଓ ଷଣ୍ଢକୁ ଉଦ୍ଧାର କରିବା ସହ ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ।

Advertisment
Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe