Advertisment

ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ୫୩ ଟି ଗୋରୁଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୁଲିସ।

author-image
Biswajit Samal
Baripada

Baripada

ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ। ମୟୂରଭଞ୍ଜ ପୁଲିସକୁ ମିଳିଛି ସଫଳତା। ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ୫୩ ଟି ଗୋରୁଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୁଲିସ।

Advertisment

ଆଜି ସକାଳେ ଶୁଳିଆପଦା ଥାନା ଅଞ୍ଚଳ ଦେଇ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିଲା। କୌଣସି ସୁତ୍ରରୁ ଖବର ପାଇ ପୁଲିସ ଆଜି ସକାଳେ ନାକଡ଼ାଗୁଞ୍ଜା ରାସ୍ତାରେ ଜଗି ରହିଥିଲା। ଠିକ ସେଇ ସମୟରେ ଗୋରୁ ବୋଝେଇ କରି ଯାଉଥିବା ୫ଟି ପିକଅପ ଭ୍ୟାନକୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୫୩ ଗୋଟି ଗୋରୁ ଉଦ୍ଧାର କରିଥିଲା। ଯେଉଁଥିରେ ଗାଈ, ବାଛୁରୀ, ବଳଦ ଥିଲେ।

ନକଡ଼ାଗୁଞ୍ଜାରୁ ଉଦ୍ଧାର ହୋଇଥିବା ଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଗୋରୁଙ୍କୁ ବହରାଗୋଡ଼ ସ୍ଥିତ ଗୋ ଶାଳାରେ ଛଡ଼ା ଯାଇଥିଲା। ଏହି ଅଭିଯୋଗରେ ୧୨ ଗୋରୁ ମାଫିଆଙ୍କୁ ଗିରଫ କରିଛି ଶୁଳିଆପଦା ପୁଲିସ।

Advertisment

ରିପୋର୍ଟ – ବାରିପଦାରୁ ମାନିକ୍ ଲାଲ୍ ପାଣି

Baripada Mayurbhanj