Advertisment

ହତ୍ୟା ଓ ଦଙ୍ଗା ଘଟଣାର ମୁଖ୍ୟ କାର୍ପଟଦାର ମନୁ ମାନେସରକୁ ଧରିଲା ପୁଲିସ

ରାଜସ୍ଥାନର ଦୁଇ ଜଣ ମୁସଲିମ ଯୁବକଙ୍କୁ ଜୀବନ୍ତ ପୋଡ଼ି ହତ୍ୟା କରିବା ଘଟଣାରେ ମନୁ ସାମିଲ ଥିଲା।

Manu manesar

Manu manesar

Advertisment

ଗୋ ସୁରକ୍ଷା ନାଁରେ ଗୁଣ୍ଡାଗର୍ଦ୍ଦି ସହ ହତ୍ୟା ଓ ଦଙ୍ଗା ପାଇଁ ଲୋକଙ୍କୁ ଉସକାଇବା ଘଟଣାର ଅଭିଯୁକ୍ତ ମନୁ ମାନେସରର ଖେଳ ଖେତମ। ତାକୁ ଶେଷରେ ହରିଆଣା ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି।

Advertisment

ରାଜସ୍ଥାନର ଦୁଇ ଜଣ ମୁସଲିମ ଯୁବକଙ୍କୁ ଜୀବନ୍ତ ପୋଡ଼ି ହତ୍ୟା କରିବା ଘଟଣାରେ ମନୁ ସାମିଲ ଥିଲା। ସେହିପରି ହରିଆଣାର ନୁହରେ ଗତ ଜୁଲାଇ ମାସରେ ଦେଖାଯାଇଥିବା ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ପଛରେ ମନୁ ରହିଥିବା ଅଭିଯୋଗ ହୋଇଛି। 

ହରିଆଣାରେ ଗତ ଫେବୃଆରୀ ମାସରେ ଦୁଇ ଜଣ ମୁସଲିମ ବ୍ୟକ୍ତିଙ୍କ ଅଧା ପୋଡ଼ା ମୃତଦେହ ଗୋଟିଏ ଗାଡ଼ିରୁ ମିଳିଥିଲା। ମୃତ ନାସିର ଓ ଜୁନେଦଙ୍କୁ କିଛି ତଥାକଥିତ ଗୋ ରକ୍ଷାକାରୀ ଫେବୃଆରୀ ୧୫ରେ ଅପହରଣ କରି ନେଇଥିଲେ। ଦିନକ ପରେ ହରିଆଣାର ଭିୱାନି ଠାରୁ ସେମାନଙ୍କ ପୋଡ଼ା ମୃତଦେହ ମିଳିଥିଲା।

Advertisment

ଏହା ପଛରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମନୁର ହାତ ଥିବା ଅଭିଯୋଗ ହୋଇଥିଲା। କିନ୍ତୁ ମନୁ ଘଟଣା ପରଠାରୁ ଫେରାର ହୋଇ ଯାଇଥିଲା। ସେ ଫେରାର ଥିଲେ ମଧ୍ୟ ବିଭିନ୍ନ ପ୍ରକାରର ଉସକାଇବା ଭଳି ଭିଡିଓ ରିଲିଜ କରୁଥିଲା। ଏପରି କି ଜୁଲାଇ ମାସରେ ନୁହରେ ହୋଇଥିବା ଦଙ୍ଗା ପଛରେ ମନୁ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଏତେ ସବୁ ଘଟଣା ପରେ ମଧ୍ୟ ଏଯାଏ ପୁଲିସ୍‌ ତା’କୁ ଧରିବାକୁ ସକ୍ଷମ ହୋଇ ନଥିଲା। 

ହେଲେ ଏବେ ହରିଆଣା ପୁଲିସ୍‌ ତାକୁ ଗିରଫ କରିଛି। ମଙ୍ଗଳବାର ଭୋର ସମୟରୁ ତାକୁ ଧରା ଯାଇଥିଲେ ହେଁ ତା’ ନାଁରେ ଜାମିନ ଯୁକ୍ତ ଦ‍ଫା ଲାଗିଛି। ସନ୍ଧ୍ୟା ସୁଦ୍ଧା ମନୁକୁ ଜାମିନ ମିଳିଯିବ। ହେଲେ ରାଜସ୍ଥାନ ପୁଲିସ୍‌ ତା’କୁ ଡବଲ ମର୍ଡର କେସ୍‌ରେ ଗିରଫ କରିପାରେ।

ରାଜସ୍ଥାନର ଭରତପୁର ଏସ୍‌ପି ମ୍ରିଦୃଳ କାଚାୱା କହିଛନ୍ତି, “ହରିଆଣା ପୁଲିସ୍‌ରେ ଥିବା ଆମର ସହକର୍ମୀ ସୂଚନା ଦେଇଛନ୍ତି ଯେ ମନୁ ମାନେସର ଧରା ପଡ଼ିଛି। ସେମାନେ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ।”

Police Rajasthan Haryana News Haryana Clashes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe