Advertisment

ଗୋରୁ ଖାଇଦେଲା ମକା ଫସଲ; ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କଲା ଜମି ମାଲିକ

ପୁଲିସ ଅଭିଯୁକ୍ତ ଆକାଶ ପଡ୍ରାକୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Gun

Gun

Advertisment

ମକା ଫସଲ ଗୋରୁ ଖାଇଦେଲା ବୋଲି ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କଲା ଜମି ମାଲିକ। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଖାରିଗୁଡ଼ା ଗାଁରେ ଘଟିଛି। ମୃତ ବ୍ୟକ୍ତ ଜଣଙ୍କ ହେଲେ ବ୍ରାହ୍ମଣୀ ଗାଁର ମାଦି ପଡ୍ରା। ପୁଲିସ ଅଭିଯୁକ୍ତ ଆକାଶ ପଡ୍ରାକୁ ଗିରଫ କରିଛି।

Advertisment

ସୂଚନା ଅନୁଯାୟୀ, ଆକାଶ ଗାଁ ନିକଟରେ ଥିବା ଜମିରେ ମକା ଚାଷ କରିଥିଲେ। ଗତକାଲି ମାଦି ସେହି ଜମି ନିକଟକୁ ଗୋରୁ ଗାଈକୁ ଚରାଇବାକୁ ନେଇଥିଲେ। ମାଦିଙ୍କ ଗାଈ ମକା ଫସଲ ଖାଇ ଦେଇଥିଲା। ଆକାଶ ଉତ୍ତ୍ୟକ୍ତ ହୋଇ ଦେଶୀ ବନ୍ଧୁକ ଆଣି ମାଦିଙ୍କୁ ଗୁଳିକରି ହତ୍ୟା କରିଥିଲେ।

ସନ୍ଧ୍ୟାରେ ଗୋରୁଗାଈ ଘରକୁ ଫେରିଥିଲେ ହେଲେ ମାଦି ଆଉ ଫେରିନଥିଲା। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଜମି ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଦିଙ୍କୁ ପାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମାଦିଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏ ନେଇ ପରିବାର ଲୋକେ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ଆକାଶକୁ ଗିରଫ କରିଛି। ଆକାଶକୁ କୋଠର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ମାଦିଙ୍କ ପରିବାର ଲୋକେ ଦାବି କରିଛନ୍ତି।

Kandhamal Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe