Advertisment

ଧରାପଡ଼ିଲା ଆଉ ଜଣେ ଧୂର୍ତ୍ତ; ମଧ୍ୟ ବୟସ୍କା, ବିଧବାଙ୍କୁ ୨ୟ ବିବାହ କରି ଚିତା କାଟୁଥିଲା!

ସାମ୍ନାକୁ ଆସିଲା ଆଉ ଜଣେ ଠକ। ସିଏ ହେଉଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥ। ସେ ନିଜକୁ କେତେବେଳେ ରେଲୱେ ଅଫିସରର ପରିଚୟ ଦେଉଥିଲା ତ ଆଉ କେତେବେଳେ ଇନ୍‌କମ୍‌ ଟ୍ୟାକ୍ସ ଅଫିସର କହୁଥିଲା।

ଅଦ୍ୟତନ ହୋଇଛି
Fraud

Fraud

Advertisment

ଧରାପଡ଼ିଲା ଆଉ ଜଣେ ଧୂର୍ତ୍ତ। ଦ୍ୱିତୀୟ ବିବାହ ପାଇଁ ପ୍ରେମ ନିବେଦନ କରି ସ୍ୱାମୀ ପରିତ୍ୟକ୍ତା, ମଧ୍ୟ ବୟସ୍କା ଓ ବିଧବାଙ୍କୁ ଜାଲରେ ଫସାଉଥିଲା। ଆଉ ପରବର୍ତ୍ତୀ ସମୟରେ ମହିଳାଙ୍କୁ ମନ୍ଦିରରେ ବାହା ହୋଇ ଚିତା କାଟୁଥିଲା। ଆଜି ଏପରି ଜଣେ ଧୂର୍ତ୍ତ ଚିତାକଟାକୁ ଧରିଛି ଓଡ଼ିଶା କ୍ରାଇମ ବ୍ରାଞ୍ଚ। ଗିରଫ ଅଭିଯୁକ୍ତ ହେଲା ବିରଞ୍ଚି ନାରାୟଣ ନାଥ।

Advertisment

ସାମ୍ନାକୁ ଆସିଲା ଆଉ ଜଣେ ଠକ। ସିଏ ହେଉଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥ। ସେ ନିଜକୁ କେତେବେଳେ ରେଲୱେ ଅଫିସରର ପରିଚୟ ଦେଉଥିଲା ତ ଆଉ କେତେବେଳେ ଇନ୍‌କମ୍‌ ଟ୍ୟାକ୍ସ ଅଫିସର କହୁଥିଲା। ଆଉ ଦ୍ୱିତୀୟ ବିବାହ ପାଇଁ ମାଟ୍ରିମୋନି ସାଇଟ୍‌ରେ ନିଜର ବାୟୋଡାଟା ଅପ୍‌ଲୋଡ୍‌ କରୁଥିଲା। ବିରଞ୍ଚିଙ୍କର ଏପରି ବାୟୋଡାଟା ଦେଖି ଆକର୍ଷିତ ହେଉଥିଲେ ସ୍ୱାମୀ ପରିତ୍ୟକ୍ତା, ମଧ୍ୟ ବୟସ୍କା, ବିଧାବା ଓ ଧନୀ ନିସଙ୍ଗ ଜୀବନ ବିତାଉଥିବା ମହିଳା।

ବିରଞ୍ଚିଙ୍କ ବାୟୋଡାଟା ଦେଖି ମହିଳାମାନେ ତାଙ୍କୁ ଫୋନ୍‌ କରୁଥିଲେ। ଚତୁର ବିରଞ୍ଚି ମିଠା ମିଠା କଥା କହି ସେମାନଙ୍କ ମନ ଜିଣୁଥିଲା। ଆଉ ପରବର୍ତ୍ତୀ ସମୟରେ ମହିଳାଙ୍କ ଘରକୁ ଯାଉଥିଲା। ସେମାନଙ୍କ ସହିତ ସମୟ ଅତିବାହିତ କରୁଥିଲା। କଥାବାର୍ତ୍ତା ଆଗେଇବା ପରେ ମନ୍ଦିରରେ ବିବାହ କରୁଥିଲା ବିରଞ୍ଚି। ହେଲେ ବିବାହ ପରେ ପତ୍ନୀଙ୍କୁ ନିଜ ଘରକୁ ଆଣୁନଥିଲା। ସିଏ କାଇଦା କରି ମହିଳାଙ୍କ ଘରେ ଘର ଜୁଇଁଆ ହୋଇ ରହିଯାଉଥିଲେ। ଆଉ ଶାରୀରିକ ସମ୍ପର୍କ ରଖୁଥିଲେ। ମହିଳାଙ୍କ ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୁଟ୍‌ ଓ ଭିଡିଓ ରେକଡିଂ କରୁଥିଲା ବିରଞ୍ଚି।

Advertisment

ପରବର୍ତ୍ତୀ ସମୟରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଦେଖାଇ ବ୍ଲାକମେଲ୍‌ କରୁଥିଲା ବିରଞ୍ଚି। ଘରେ ଥିବା ଟଙ୍କା ଓ ସୁନା ଧରି ଚମ୍ପଟ ମାରୁଥିଲା। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ ହୋଇଯିବା ଭୟରେ ମହିଳାମାନେ ମୁହଁ ଖୋଲିପାରୁନଥିଲେ। ଚତୁର ବିରଞ୍ଚି ଏମିତି ଅନେକ ମହିଳାଙ୍କୁ ଠକି ବିବାହ କରି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ତେବେ ଠକାମୀରେ ଶିକାର ହୋଇଥିବା ଦୁଇ ଜଣ ମହିଳା ଏନେଇ କ୍ରାଇମ୍‌ ବ୍ରାଞ୍ଚ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା। ବାରମ୍ୱାର ଚକ୍‌ମା ଦେଇ ଖସି ଯାଉଥିଲା ବିରଞ୍ଚି। ହେଲେ ଆଜି ମହା ଧୂର୍ତ୍ତକୁ କ୍ରାଇମବ୍ରାଞ୍ଚ ଧରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗିରଫ ଅଭିଯୁକ୍ତଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକା ମାମଲା ରହିଛି।

Cuttack Crime Branch
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe