Advertisment

ମହିଳା SIଙ୍କୁ IICଙ୍କ ଦୁଷ୍କର୍ମ! ପ୍ରାୟ ୪ ବର୍ଷ ପରେ ରୁଜୁ ହେଲା ମାମଲା

ମହିଳା ଏସ୍‌ଆଇ ଜଣକ ରାଜ୍ୟ ପୁଲିସ୍‌ଠାରୁ ନିରାଶ ହୋଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପୁଲିସ ଡିଜି ଇନ୍‌ଚାର୍ଜ ଅରୁଣ ଷଡଙ୍ଗୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି।

author-image
Manoranjan Sial
Police

Police

ମହିଳା ଏସ୍‌ଆଇଙ୍କୁ ଆଇଆଇସିଙ୍କ ଦୁଷ୍କର୍ମ ଅଭିଯୋଗ। ହେଲେ ମାମଲା ରୁଜୁ କରୁନଥିଲା ନିଜ ବିଭାଗର ପୁଲିସ୍‌। ପୁଲିସ୍‌ ପ୍ରଶାସନଠାରୁ ନିରାଶ ହୋଇ ପୀଡ଼ିତା ମହିଳା ଏସ୍‌ଆଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନଙ୍କ ନିର୍ଦ୍ଦେଶରେ ପ୍ରାୟ ୪ ବର୍ଷ ପରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି।

Advertisment

୨୦୧୯ ମସିହାରେ ଗଞ୍ଜାମରେ ମହିଳା ଏସ୍‌ଆଇ ଜଣକ ଚାକିରି କରୁଥିଲେ। ସେଠାରେ ତାଙ୍କ ଉପରିସ୍ଥ ଅଫିସର ଥିଲେ ଆଇଆଇସି ରମେଶ ପ୍ରଧାନ। ସେ ସରକାରୀ କ୍ୱାର୍ଟର୍ସରେ ମହିଳା ଏସ୍‌ଆଇଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଏସ୍‌ଆଇ ଏନେଇ ରାଜ୍ୟ ପୁଲିସ୍‌ରେ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ସେପଟେ ଆଇଆଇସି ରମେଶ ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ସେ ବର୍ତ୍ତମାନ ଫିରିଙ୍ଗିଆ ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଛନ୍ତି।

ଅନ୍ୟପକ୍ଷରେ ମହିଳା ଏସ୍‌ଆଇ ଜଣକ ରାଜ୍ୟ ପୁଲିସ୍‌ଠାରୁ ନିରାଶ ହୋଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପୁଲିସ ଡିଜି ଇନ୍‌ଚାର୍ଜ ଅରୁଣ ଷଡଙ୍ଗୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି। ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ମାମଲାର ତଦନ୍ତ ପରେ ଯଦି ଆଇଆଇସି ବିରୋଧରେ ପ୍ରମାଣ ମିଳେ, ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଡିଜି ଇନଚାର୍ଜ ଅରୁଣ ଷଡଙ୍ଗୀ।

Advertisment
Odisha Police