Advertisment

ଡିଲ୍‌ କରିବାକୁ ଆସିଥିବା ବେଳେ ମାଡ଼ିବସିଲା ଏସ୍‌ଟିଏଫ୍‌, କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ମିଳିଛି ସଫଳତା। ଜଣେ ବ୍ରାଉନସୁଗର ଡିଲରଙ୍କୁ ଧରିଛି ଏସ୍‌ଟିଏଫ୍।

author-image
Jitendra Garnayak
Brownsugar

Brownsugar

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ମିଳିଛି ସଫଳତା। ଜଣେ ବ୍ରାଉନସୁଗର ଡିଲରଙ୍କୁ ଧରିଛି ଏସ୍‌ଟିଏଫ୍। ତାଙ୍କଠାରୁ ଜବତ ହୋଇଛି ୧୧୦୦ ଗ୍ରାମ ବ୍ରାଉନସୁଗର। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ।

Advertisment

ଗିରଫ ବ୍ରାଉନସୁଗର ଡିଲରଙ୍କ ନାଁ ସୁରେଶ ମହାପାତ୍ର। ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ। ଆଜି ସେ ଖୋର୍ଦ୍ଧାର ବାଘମରୀ ଅଞ୍ଚଳରେ ବ୍ରାଉନସୁଗର ବିକ୍ରି କରିବା ନେଇ ଡିଲ୍ କରିବାକୁ ଆସିଥିବା ବେଳେ ଏସ୍‌ଟିଏଫ ହାତରେ ଧରାପଡ଼ିଥିଲେ। ତାଙ୍କ ବାଇକକୁ ମଧ୍ୟ ଜବତ କରିଛି ଏସ୍‌ଟିଏଫ।

ଗିରଫ ସୁରେଶ ମହାପାତ୍ରଙ୍କର ମୁର୍ଶିଦାବାଦ ଲିଙ୍କ୍ ରହିଛି। ସେଠାରୁ ସେ ବ୍ରାଉନସୁଗର ଆଣନ୍ତି। ସେ କିଛି ଲୋକଙ୍କୁ ରଖିଛନ୍ତି। ସେମାନଙ୍କ ଜରିଆରେ ବିଭିନ୍ନ ଜିଲ୍ଲାକୁ ବ୍ରାଉନସୁଗର ପଠାନ୍ତି। ଏହା ବାବଦକୁ ସେ ସେହି ଲୋକଙ୍କୁ କମିଶନ ଦିଅନ୍ତି। 

Advertisment

ଗିରଫ ରମେଶ ମହାପାତ୍ରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଯୋଜନା ରଖିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ। ତାଙ୍କର ପୂରା ନେଟୱର୍କ ସଂପର୍କରେ ଜାଣିବା ପାଇଁ ତାଙ୍କୁ ଅଧିକ ପଚରାଉଚରା କରିବାକୁ ଚାହୁଁଛି ଏସ୍‌ଟିଏଫ।

Brown Sugar STF Crime Branch