Advertisment

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।

Himasnhu Shekhar Sahu

Himasnhu Shekhar Sahu

Advertisment

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଭାର ନେଲେ କ୍ରାଇମ୍ ବ୍ରାଞ୍ଚ। ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ। ସଂପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉ ଭଳି ୩ଟି ଏତଲା ଉପରେ କ୍ରାଇମବ୍ରାଞ୍ଚ୍ ତଦନ୍ତ କରିବ।

Advertisment

ଗତ ୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ଏହା ରାଜ୍ୟରେ ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବାବେଳେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ହିମାଂଶୁଙ୍କୁ ପୂର୍ବତନ ବିଜେଡି ବିଧାୟକ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ମାରି ଉପନିର୍ବାଚନ କରିବା ଯୋଜନାରେ ଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ହିମାଂଶୁ। ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ ଓ ସମାଧାନ କରିବାକୁ କହିଥିଲେ ବୋଲି ମଧ୍ୟ ହିମାଂଶୁ ଅଭିଯୋଗ କରିଥିଲେ।

ଚାରିଦିନ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ଘଟଣା ଆଜି ସବୁଠାରୁ ଏକ ନୂଆ ମୋଡ଼ ନେଇଛି। ବିଜେଡି-ବିଜେପି ପରସ୍ପର ଆରୋପ-ପ୍ରତ୍ୟାରୋପ ଜାରି ରଖିଥିବାବେଳେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ବିଧାୟକଙ୍କୁ ଆକ୍ରମଣ ପରେ ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉ ଭଳି ମାମଲା ସହ ଜଡ଼ିତ ୩ଟି ଏତଲା ଉପରେ କ୍ରାଇମବ୍ରାଞ୍ଚ୍ ତଦନ୍ତ କରିବ।

Advertisment
Himanshu Sahu Crime Branch Jajpur Dharmashala MLA Attack On BJP MLA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe