Advertisment

ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ; ତନଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ମେଲ୍‌ର ସତ୍ୟତା ନେଇତଥ୍ୟ ସଂଗ୍ରହ କରି ଫେରିଛି।

ଅଦ୍ୟତନ ହୋଇଛି
Akshay Sahoo's office

Akshay Sahoo's office

Advertisment

ଖଲିସ୍ତାନୀ ଆତଙ୍କୀ ପନ୍ନୁ ର ଧମକପୂର୍ଣ୍ଣ ଇ-ମେଲ ଘଟଣାର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ସାଇବର ସେଲ। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ମେଲ୍‌ର ସତ୍ୟତା ନେଇତଥ୍ୟ ସଂଗ୍ରହ କରି ଫେରିଛି। ଓଡ଼ିଆ ଓ ଇଂଲିଶରେ ଆସିଥିବା ଦୁଇଟି ମେଲ୍‌କୁ ନିରୀକ୍ଷଣ କରିଛି କ୍ରାଇମବ୍ରାଞ୍ଚ ଟିମ୍।

Advertisment

ଆଜି ସକାଳ ୯ଟା ୪ ମିନିଟ୍‌ରେ ଆତଙ୍କୀ ପନ୍ନୁ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା। ଏହି ମେଲଟି ଦେଖିବା ପରେ ଅକ୍ଷୟ କମିଶନରେଟ ପୁଲିସକୁ ଜଣାଇଥିଲେ। ପରେ ଏହି ଘଟଣାର ତନଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ସାଇବର ସେଲ। ଆତଙ୍କୀ ପନ୍ନୁ ଏହି ମେଲ୍ ପଠାଇଛି ନାଁ ଏହା ପଛରେ କିଏ ? କେଉଁଠୁ ମେଲଟି ଆସିଛି ? ଆଇପି ଆଡ୍ରେସ ନେଇ ଯାଞ୍ଚ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।

ଏଥିସହ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ନିଆଯାଇଥିଲା, ଯାହାକୁ ନେଇ ସନ୍ଦେହ ବଢ଼ିଥିଲା। ଏହାକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ସାଇବର ସେଲ ପକ୍ଷରୁ ତନାଘନା କରାଯାଇଛି।

Advertisment

ଆତଙ୍କୀ ପନ୍ନୁ ପାଇଁ ଓଡ଼ିଶାରେ କିଏ କରୁଛି କାମ?, ପନ୍ନୁ ନାଁରେ ଆସିଥିବା ଇମେଲ୍ ପ୍ରକୃତରେ ସେ ପଠାଇଛି ନା ଆଉ କିଏ ପଠାଇଛି ? ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି କି?, ବିଦେଶରେ ରହି ପନ୍ନୁ ସ୍ଲିପର୍ ସେଲ୍ ଦ୍ୱାର କିଛି କାଣ୍ଡ ଭିଆଇବାକୁ ପ୍ଲାନିଂ କରୁଛି କି ? ଏଭଳି ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ।

କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି, ବରିଷ୍ଠ ସାମ୍ବାଦିକଙ୍କ ପାଖରୁ ଏକ ମେଲ୍‌ ଆସିଥିଲା, ତେବେ ମେଲଟି କେଉଁଠି ଆସିଥିଲା, କ’ଣ ତାହା ଡିଟେଲ୍ସ ଜାଣିବା ପାଇଁ ଦେଖିବାକୁ ଆସିଥିଲୁ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ମେଲଟି କେଉଁଠ ଆସିଥିଲା, ତାହା ଜଣାପଡ଼ିବ। ମେଲଟି ଓଡ଼ିଆରେ ଆସିଛି, ତଦନ୍ତ ପରେ ସତ୍ୟାସତ ଜଣାପଡ଼ିବ।

ସୂଚନାଯୋଗ୍ୟ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଆଜି ଏକ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଥିଲା। ଯେଉଁଥିଲେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଥିଲା। ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଥିଲା।

Bhubaneswar Crime Branch Akshay Sahoo's
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe