Advertisment

ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପୁଲିସ୍‌ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ପରିବାର ଲୋକେ ସନ୍ତୁଷ୍ଟ ନ ଥିବାରୁ ଏବେ ଏହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ।

ଅଦ୍ୟତନ ହୋଇଛି
Spot

Spot

Advertisment

କନ୍ଧମାଳ ଜିଲ୍ଲା ଡାଙ୍ଗଣାମୁ ଘାଟିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଲାଗି ରହିଥିବା ଉତ୍ତେଜନା ଥମିବା ନାଁ ଧରୁନି। ଘଟଣାର ୮ ଦିନ ପରେ ବି ସୁଧୁରୁନି ସ୍ଥିତି। ପୁଲିସ୍‌ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ପରିବାର ଲୋକେ ସନ୍ତୁଷ୍ଟ ନ ଥିବାରୁ ଏବେ ଏହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ।

Advertisment

ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି। ଏହି ମାମଲାର ତଦନ୍ତ କରିବେ ଡିଏସପି ରଜତ କୁମାର ରାୟ । ପୂର୍ବରୁ ଏହି ଘଟଣାର ତଦନ୍ତ କରି ୫ ପୁଲିସ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମାମଲାରେ ଗୋଛାପଡ଼ା ଥାନାର SI ଓ ହାବିଲଦାର ନିଲମ୍ବିତ ହୋଇଥିବା ବେଳେ ଅବହେଳା ପାଇଁ ୩ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି। ଏହାପରେ ବି ପରିବାର ଲୋକ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଥମୁନି।

ଗତ ୨୮ ତାରିଖରେ ଘାଟି ତଳୁ ମିଳିଥିଲା ଜ୍ୟୋଷ୍ଠ ବଣ୍ଡକି ନାମକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ୍‌ ପ୍ରଥମେ ଗାଡ଼ି ଧକ୍କା ଦେବା ପରେ ପିଟିପିଟି ମାରି ଘାଟି ତଳକୁ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

Advertisment

ମୃତକଙ୍କ ଭାଇ ଏବଂ ସାଲାଗୁଡ଼ା ସରପଞ୍ଚ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ଜ୍ୟୋଷ୍ଠ ବଣ୍ଡକି ଏବଂ ଦାସିରି ଦିଗାଲ ଗୋଟିଏ ବାଇକ୍‌ରେ କଣ୍ଟାମାଳ ଅଭିମୁଖେ ଯାଉଥିଲେ। ସେମାନେ ଗଞ୍ଜେଇ ନେଇ ଯାଉଥିବା ସନ୍ଦେହରେ ପୁଲିସ ପାଟ୍ରୋଲିଂ ଭ୍ୟାନ୍‌ ସେମାନଙ୍କ ପିଛା କରି ଡାଙ୍ଗଣାମୁ ଘାଟିରେ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣା ପରେ ଦାସିରି ଦିଗାଲ ଘଟଣାସ୍ଥଳରୁ ଖସି ପଳାଇଥିଲେ। ମାତ୍ର ଜ୍ୟୋଷ୍ଠ ତଳେ ପଡ଼ି ଯାଇଥିବା ବେଳେ ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ ନିର୍ଧୂମ ପିଟିଥିଲେ। କିଛି ସମୟ ପରେ ସେ ମରି ଯାଇଥିବା ଭାବି ତାଙ୍କୁ ଘାଟି ତଳକୁ ଫୋପାଡ଼ି ଦେଇଥିଲେ। ଏହାପରେ ତାଙ୍କ ବାଇକକୁ ନେଇଁ ଥାନାକୁ ପଳାଇଥିଲେ। ଜ୍ୟୋଷ୍ଠଙ୍କ ହତ୍ୟା ପାଇଁ ପରିବାର ଲୋକେ ପୁଲିସ୍‌କୁ ଦାୟୀ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ।

Murder Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe