/odisha-reporter/media/post_attachments/uploadimage/library/16_9/16_9_0/supervisor_1690641227.jpeg)
supervisor
କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି। ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଛନ୍ତି ଜଣେ ଯୁବକ। ମାର୍ଶାଘାଇ ଥାନା ମଙ୍ଗଳା ଛକରେ ଆଜି ଏହି ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ଯୁବକଙ୍କ ନାଁ ଶକ୍ତିଚନ୍ଦନ ମହାନ୍ତି। ସଂପୃକ୍ତ ଯୁବକଙ୍କ ପେଟରେ ଗୁଳି ବାଜିଛି।
ସେ ଜଣେ ଠିକାଦାରଙ୍କ ସୁପରଭାଇଜର କାମ କରନ୍ତି। ଗୁଳିମାଡ଼ ପରଠୁ ଫେରାର୍ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ମାର୍ଶାଘାଇ ପୋଲିସ ଛାନଭିନ୍ ଚଳାଇଛି।
ଯୁବକ ଜଣକ ଆଜି ସନ୍ଧ୍ୟାରେ ବାଇକରେ ନିଜ ଘରକୁ ଫେରୁଥିବା ବେଳେ ମଙ୍ଗଳା ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବୁଲେଟ୍ ଯୋଗେ ଆସି ତାଙ୍କୁ ଅଟକାଇଥିଲେ। ଯୁବକଙ୍କ ପାଖରେ ଥିବା ଏକ ବ୍ୟାଗକୁ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସେ ତଳେ ପଡିଯିବା ପରେ ଦୁର୍ବୃତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଏହା ଦେଖି ତାଙ୍କୁ ପ୍ରଥମେ ମାର୍ଶାଘାଇ ମେଡିକାଲ ନେଇଥିଲେ। ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l ଠିକାଦାରୀ ଓ ଦାଦାବଟି କାମକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଇଛି।
ସୂଚନା ଥାଉକି, କିଛି ଦିନ ଅନ୍ତରରେ ମାର୍ଶାଘାଇରେ ଏହି ଗୁଳିମାଡ଼ ହୋଇଛି। ଅପରାଧିମାନେ ଜୁନ ୩୧ ତାରିଖରେ ଅପରାଧୀ ବିଭୁ ସାହୁକୁ ଅପହରଣ କରି ମାରିଟମକା ରେଞ୍ଜ ଅଞ୍ଚଳରେ ପୋଡ଼ିମାରିଥିଲେ। ଯାହା ପରେ ମାର୍ଶାଘାଇ ଅଶାନ୍ତ ହୋଇ ପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
