Advertisment

ଏଟିଏମ୍ ରୁ ଲୁଟିନଲେ ଲକ୍ଷ ଲକ୍ଷ ଟଙ୍କା

ଏଟିଏମ ଭାଙ୍ଗି ପ୍ରାୟ ୭ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏଟିଏମ କୁ ଯାଇଥିବା ତାର ଗୁଡ଼ିକ ପୋଡ଼ି ଯାଇଥିବା ରୁ ପ୍ରଥମେ ଲାଇନ କାଟିଲେ ପରେ ଏଟିଏମ ଭାଙ୍ଗି ଥିବା ଅନୁମାନ କରୁଛି ପୁଲିସ।

author-image
Biswajit Samal
ଅଦ୍ୟତନ ହୋଇଛି
Patnagarh

Patnagarh

ଏଟିଏମ୍ ରୁ ଟଙ୍କା ଲୁଟ୍ ଅଭିଯୋଗ। ବଲାଙ୍ଗିର ପାଟଣାଗଡ଼ ସରମୁହାଁଣ ଗାଁରେ ଥିବା SBI ATMରୁ ଲୁଟ ହୋଇଥିବା ଥାନାରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment

ଏଟିଏମ ଭାଙ୍ଗି ପ୍ରାୟ ୭ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏଟିଏମକୁ ଯାଇଥିବା ତାର ଗୁଡ଼ିକ ପୋଡ଼ି ଯାଇଥିବା ରୁ ପ୍ରଥମେ ଲାଇନ କାଟିଲେ ଦୁର୍ବୃତ ପରେ ଏଟିଏମ ଭାଙ୍ଗି ଥିବା ଅନୁମାନ କରୁଛି ପୁଲିସ।

ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ଏଟିଏମରେ ଟଙ୍କା ଭର୍ତ୍ତି କରାଯାଇଥିଲା। ସକାଲେ ଏଟିଏମ ଭାଙ୍ଗି ଏପଟ ସେପଟ ହୋଇ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିକଫିକ ଟିମ ଆସି ଛାନଭିନ୍ ଚଲାଇଛନ୍ତି।

Advertisment

ରିପୋର୍ଟ – ପାଟଣାଗଡ଼ରୁ କରୁଣାକର ବୁଡ଼େକ

ATM Loot Patnagada