Advertisment

ଭିଜିଲାନ୍ସ ଜାଲରେ ଜେଇ; ଘରୁ ମିଳିଲା ୫୦ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ପାସବୁକ୍

ଚଢ଼ାଉ ବେଳେ ପ୍ରସନ୍ନଙ୍କ ଘରୁ ୫୦ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ପାସବୁକ୍, ସୁନା ଅଳଙ୍କାର ଓ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ଭିଜିଲାନ୍ସ ଜାଲରେ ଜେଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଲଲହଡ଼ା ବିଇଓ ଅଫିସର ଜେଇ ପ୍ରସନ୍ନ କୁମାର ପାଣିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅନୁଗୋଳ, ପୁରୀ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ପ୍ରସନ୍ନଙ୍କ ପାଲଲହଡ଼ା ଅଫିସ ଓ ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Advertisment

 ଭୁବନେଶ୍ୱରର ୬ଟି ସ୍ଥାନରେ ଓ ପୁରୀରେ ଗୋଟିଏ ସ୍ଥାନରେ ରେଡ୍ ଚାଲିଥିବା ସୂଚନା ରହିଛି। ଏହାସହ ପ୍ରସନ୍ନଙ୍କ ବ୍ୟବସାୟୀକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ମାରାଥନ ରେଡ କରୁଛି ଭିଜିଲାନ୍ସ।

ପ୍ରସନ୍ନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ତାଙ୍କ ଘରେ ଚଢ଼ାଉ କରିଥିଲା। ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ରାଙ୍କର ଅଫିସର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ପ୍ରସନ୍ନଙ୍କ ଘରୁ ୫୦ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ପାସବୁକ୍, ସୁନା ଅଳଙ୍କାର ଓ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।  ଭିଜିଲାନ୍ସ ଟଙ୍କା ଗଣିବା ମେସିନ୍‌ ଆଣିଥିବା ସୂଚନା ରହିଛି। 

Advertisment
Bhubaneswar Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe