Advertisment

କୋଟିପତି ଏସ୍‌ଇ ଗିରଫ

ଗିରଫ ଅଧୀକ୍ଷଣ ଯନ୍ତ୍ରୀଙ୍କର ଏକାଧିକ ଘର ଓ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ

ଅଦ୍ୟତନ ହୋଇଛି
Surendra Behera

Surendra Behera

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ସୁରେନ୍ଦ୍ର ବେହେରାଙ୍କୁ ମଙ୍ଗଳବାର ଗିରଫ କରିଛି ଭିଜିଲାନ୍ସ।

Advertisment

ସୋମବାର ଶ୍ରୀ ବେହେରାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭିଜିଲାନ୍ସ ବହୁତ ସଂପତ୍ତି ଠାବ କରିଥିଲା, ଯାହା ତାଙ୍କ ଆୟଠାରୁ ୨୦୬% ଅଧିକ। 

ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କର ସୁନ୍ଦରଗଡ଼ ସହରରେ ୪୨ ଶହ ବର୍ଗଫୁଟର ଗୋଟିଏ ୩ ମହଲା କୋଠା ଥିବା ବେଳେ ରାଉରକେଲାର ଛେଣ୍ଡରେ ୩୫ ଶହ ବର୍ଗଫୁଟର ଗୋଟିଏ ଦୁଇ ମହଲା କୋଠା ଅଛି। ଭୁବନେଶ୍ୱରର ଘାଟିକିଆରେ ତାଙ୍କର ଦୁଇଟି ଫ୍ଲାଟ୍ ଅଛି। ସେଥିରୁ ଗୋଟିଏ ୧୫୭୫ ବର୍ଗଫୁଟ୍‌ର ଥ୍ରୀ-ବିଏଚ୍‌କେ ଓ ଅନ୍ୟଟି ୧୨୪୦ ବର୍ଗଫୁଟର ଟୁ-ବିଏଚ୍‌କେ। ସେ ୪ଟି ଦାମୀ ପ୍ଲଟ ରଖିଛନ୍ତି। ସେଥିରୁ ୨ଟି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଥିବା ବେଳେ ସୁନ୍ଦରଗଡ଼ ଓ ରାଉରକେଲାରେ ଗୋଟିଏ ଲେଖାଏଁ ଅଛି।

Advertisment

ଚଢ଼ାଉ ବେଳେ ଶ୍ରୀ ବେହେରାଙ୍କ ଘରୁ ନଗଦ ୨ ଲକ୍ଷ ୩୩ ହଜାର ୪୨୦ ଟଙ୍କା ଜବତ କରାଯାଇଛି। ବ୍ୟାଙ୍କ ଓ ଡାକ ଘର ଜମା ବାବଦକୁ ସେ ୫୩ ଲକ୍ଷ ୯୭ ହଜାର ଟଙ୍କା ରଖିଛନ୍ତି। ତାଙ୍କର ଆସବାବପତ୍ର ଓ ଅନ୍ୟାନ୍ୟ ଘରୋଇ ଉପକରଣର ମୂଲ୍ୟ ପ୍ରାୟ ୧୮.୪୧ ଲକ୍ଷ ଟଙ୍କା। ତାଙ୍କର ଦୁଇଟି ଦୁଇ ଚକିଆ ଯାନ ଅଛି। ଏସବୁ ସଂପତ୍ତି ସେ କେମିତି ଠୁଳ କଲେ, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। 

Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe