Advertisment

ଚୋରି କରି କୋଟିପତି, ୨୫ ବର୍ଷ ଧରି ଚଲାଇଥିଲା କଳା କାରନାମା

ପୁଲିସ କବଜାରେ କୋଟିପତି ଚୋର। ଦୀର୍ଘ ୨୫ ବର୍ଷ ଧରି ୧୪ଟି ରାଜ୍ୟରେ ଚଲାଇଥିଲା ଚୋରି କାରନାମା।

ଅଦ୍ୟତନ ହୋଇଛି
Crorepati thief In Police net

Crorepati thief In Police net

Advertisment

ପୁଲିସ କବଜାରେ କୋଟିପତି ଚୋର। ଦୀର୍ଘ ୨୫ ବର୍ଷ ଧରି ୧୪ଟି ରାଜ୍ୟରେ ଚଲାଇଥିଲା ତା'ର କଳା କାରନାମା। ୪୫ ବର୍ଷୀୟ ନାଦିମ କୁରେଶି ଚୋରି କରି କୋଟି କୋଟି ମୂଲ୍ୟର ସମ୍ପତ୍ତି ରଖିଛି। ମୁମ୍ବାଇ ଏବଂ ପୁନେରେ ଜାଗା-ବାଡି ଥିବା ସହ ପିଲାମାନଙ୍କୁ ପ୍ରତିଷ୍ଠିତ ବିଦ୍ୟାଳୟରେ ମଧ୍ୟ ପାଠ ପଢାଉଛି। ଜଣେ ଚୋରର ଏତେ ସମ୍ପତ୍ତି ଦେଖିଲେ ଯେ କେହି ବି ତାଜୁବ ହୋଇଯିବ। 

Advertisment

ବର୍ତ୍ତମାନ ଗାଜିଆବାଦ ପୁଲିସ ତାକୁ ତିହାର ଜେଲରୁ ପଶ୍ଚିମବଙ୍ଗକୁ ଆଣିଛି। ବିଧାନନଗର ସିଟି ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦେଶରେ ଘଟୁଥିବା ବିଭିନ୍ନ ଚୋରି ମାମଲାରେ ପୁଲିସ ତାଙ୍କୁ ଖୋଜୁଥିଲା। ତାଙ୍କର ଭାବ-ଭଙ୍ଗୀ ଏପରି ରହୁଥିଲା ଯେ, ସହଜରେ ପୁଲିସକୁ ଚକମା ଦେଇ ପାରୁଥିଲା। ଆମେ ପ୍ରଥମେ ୨୦୨୧ରେ ସୌରାଭ ଆବାସନର ଦୁଇଟି ଫ୍ଲାଟରୁ ୧୨ ଲକ୍ଷ ଲୁଟ୍ ଘଟଣାରେ ତାକୁ ଖୋଜି ପାଇଥିଲୁ।

ଗାଜିଆବାଦରେ ଚୋରି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ୨୦୨୧ ପରଠାରୁ ତିହାର ଜେଲରେ ରହୁଛି ନାଦିମ। ଗତ ସପ୍ତାହରେ ଜେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ନାଦିମକୁ ରିମାଣ୍ଡରେ ନେଇଛୁ। ଗାଜିଆବାଦ ପୁଲିସ ତାଙ୍କୁ ପଶ୍ଚିମବଙ୍ଗକୁ ଆଣି ଅଧିକ ପଚରା ଉଚରା କରୁଥିବା ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Advertisment

କୋଟିପତି ଚୋରର ଅପରାଧ ଡାଏରୀ
କୁରେଶି ଗାଜିଆବାଦର ନିଜ ଗାଁରେ ପ୍ରଥମେ ଗୋରୁ ଚୋରି କରି ଅପରାଧ ଜଗତରେ ପାଦ ଦେଇଥିଲା। ୧୭ ବର୍ଷ ବୟସରେ ସେ ଏକାଧିକ ଚୋରି କରିସାରିଥିଲା। ବର୍ଷ ବର୍ଷ ଧରି ସେ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ହରିୟାଣା, ରାଜସ୍ଥାନ, ଓଡିଶା ଏବଂ ଅନ୍ୟାନ୍ୟ ରାଜ୍ୟରେ ଚୋରି କରିଛି। ପଶ୍ଚିମବଙ୍ଗରେ ୨୦୨୧ ମସିହାରେ ନାରାୟଣପୁର ଏବଂ ବାଗୁଏତିରେ ଅପରାଧ ରଚିଥିଲା।  ସେ ସବୁବେଳେ ଫର୍ମାଲ୍(ସାଦା) ପୋଷାକରେ ବୁଲୁଥିଲା। ଯେଉଁସବୁ କୋଠାରେ ସିକ୍ୟୁରିଟି ବ୍ୟବସ୍ଥା ଢିଲା ଥିଲା, ସେହି ଘରକୁ ଟାର୍ଗେଟ କରୁଥିଲା।

ଯେମିତି ଚୋରି ସାମଗ୍ରୀ ଚିହ୍ନଟ କରିନହେବ ସେଥିପାଇଁ ସେ କେବଳ ଟଙ୍କା ଓ ସୁନା ଚୋରି କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏପର୍ଯ୍ୟନ୍ତ ତାକୁ ଅତିକମ୍‌ରେ ଆଠ ଥର ଗିରଫ କରାଯାଇଛି ଏବଂ ୨୩ ଟି ମାମଲାରେ ଅପରାଧୀ ସାବ୍ୟସ୍ତ ହୋଇଛି। ଏଥିସହ "ନାଦିମ ଗ୍ୟାଙ୍ଗ" ନାମକ ଏକ ଟିମ କରିଥିଲା, ଏହି ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ସମାନ ଢଙ୍ଗରେ ଚୋରି କରୁଥିଲେ। ପୁଲିସ ବର୍ତ୍ତମାନ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେମାନଙ୍କୁ ଖୋଜାଖୋଜି କରୁଛି। 

Crime News Crorepati Thief In Police Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe