CRPF ଯବାନଙ୍କ ପତ୍ନୀଙ୍କ ଗଳା କାଟି ହତ୍ୟା। ଏଭଳି ହତ୍ୟାକାଣ୍ଡ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି କୋଟଣିଶିଳା ଗାଁରେ ଘଟିଛି। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ରାଜସୁନାଖଳା ଫାଣ୍ଡି କୋଟଣିଶିଳା ଗାଁର ନମିତ ଦେହୁରୀଙ୍କ ସ୍ୱାମୀ CRPFରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସେମାନେ ସମସ୍ତେ ପାଠ ପଢିବା ପାଇଁ ବାହାରେ ରହୁଛନ୍ତି। ତେଣୁ ଘରେ ନମିତା ଏକା ରୁହନ୍ତି। ରବିବାର ରାତିରେ କେହି ଘରେ ପଶି ନମିତାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକ ନମିତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ପାଇଁ ପୁଲିସ୍ ଓ ସାଇଣ୍ଟିଫିକ ଟିମ ତଦନ୍ତ ଚଳାଉଛନ୍ତି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସ ସନ୍ଦେହରେ ୨ ଜଣଙ୍କୁ ଥାନାରେ ଅଟକ ରଖିଛି। ଅଟକ ଦୁଇ ଯୁବକ ସେହି ଗାଁର।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଘରୋଇ କଳିର କରୁଣ ପରିଣତି; ବିଷ ପିଇଦେଲେ ୨ ଭଉଣୀ
ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।
Crime
ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।
Crime
ଆୟଠାରୁ ୨୮୦% ଅଧିକ ସମ୍ପତ୍ତି ଠୁଳ କରି ବନ୍ଧା ହେଲେ ଖାଦ୍ୟ ଯୋଗାଣ ଅଧିକାରୀ
ସିଏସ୍ଓ ସୁରେଶ କୁମାର ପାଣିଗ୍ରାହୀଙ୍କ ସମସ୍ତ ସମ୍ପତ୍ତି ଠାବ କରି ତା’ର ହିସାବ କଲାପରେ ତାଙ୍କ ଆୟ ଓ ବ୍ୟୟର ହିସାବ କରାଯାଇଥିଲା ଏବଂ ସେ ତାଙ୍କ ଆୟଠାରୁ ୨୮୦% ସଂପତ୍ତି ଠୁଳ କରିଥିବା ଜଣାପଡ଼ିଛି।
Crime
କୋଟିପତି ଯୋଗାଣ ଅଧିକାରୀ ଗିରଫ
ବ୍ୟାଙ୍କରେ ସୁରେଶ କୁମାର ପାଣିଗ୍ରାହୀଙ୍କର କେବଳ ୧.୭୨ କୋଟି ଟଙ୍କାର ଜମା ରହିଛି।