Advertisment

CRPF ଯବାନଙ୍କ ପତ୍ନୀଙ୍କ ଗଳା କାଟି ହତ୍ୟା

ରାଜସୁନାଖଳା ଫାଣ୍ଡି କୋଟଣିଶିଳା ଗାଁର ନମିତ ଦେହୁରୀଙ୍କ ସ୍ୱାମୀ CRPFରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସେମାନେ ସମସ୍ତେ ପାଠ ପଢିବା ପାଇଁ ବାହାରେ ରହୁଛନ୍ତି।

ଅଦ୍ୟତନ ହୋଇଛି
Police

Police

Advertisment

CRPF ଯବାନଙ୍କ ପତ୍ନୀଙ୍କ ଗଳା କାଟି ହତ୍ୟା। ଏଭଳି ହତ୍ୟାକାଣ୍ଡ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି କୋଟଣିଶିଳା ଗାଁରେ ଘଟିଛି। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।  

Advertisment

ରାଜସୁନାଖଳା ଫାଣ୍ଡି କୋଟଣିଶିଳା ଗାଁର ନମିତ ଦେହୁରୀଙ୍କ ସ୍ୱାମୀ CRPFରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସେମାନେ ସମସ୍ତେ ପାଠ ପଢିବା ପାଇଁ ବାହାରେ ରହୁଛନ୍ତି। ତେଣୁ ଘରେ ନମିତା ଏକା ରୁହନ୍ତି। ରବିବାର ରାତିରେ କେହି ଘରେ ପଶି ନମିତାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକ ନମିତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ପାଇଁ ପୁଲିସ୍‌ ଓ ସାଇଣ୍ଟିଫିକ ଟିମ ତଦନ୍ତ ଚଳାଉଛନ୍ତି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସ ସନ୍ଦେହରେ ୨ ଜଣଙ୍କୁ ଥାନାରେ ଅଟକ ରଖିଛି। ଅଟକ ଦୁଇ ଯୁବକ ସେହି ଗାଁର। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe