ହଷ୍ଟେଲ ରୁମ୍ରୁ ବାହାରିଲା ୩୦ଟି ବୋମା । ତା’ ସହ ୨ଟି ବନ୍ଧୁକ ଓ ମାରଣାସ୍ତ୍ର ବି ଜବତ ହୋଇଛି। ଏପରି ଘଟଣା ଉତ୍ତରପ୍ରଦେଶର ରାଜଧାନୀ ୟୁନିଭରସିଟି ଅଫ୍ ଆହ୍ଲାବାଦର ହଷ୍ଟେଲରୁ ଜବତ ହୋଇଛି। ଏହି ହଷ୍ଟେଲରୁ ହିଁ ଉମେଶ ପାଲ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ସଦକତ୍ ଗିରଫ ହୋଇଥିଲା।
କିଛି ଦିନ ପୂର୍ବେ ହଷ୍ଟେଲରେ ରହୁଥିବା ଜଣେ ବ୍ୟକ୍ତି ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଏନେଇ ସେ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ।
Also Read
ଏହାପରେ ପୁଲିସ୍ ଘଟଣାର ଛାନଭିନ ଆରମ୍ଭ କରି ହଷ୍ଟେଲରେ ଚଢ଼ାଉ କରିଥିଲା। ଅଭିଯୁକ୍ତଙ୍କୁ ଖୋଜିବାକୁ ପୁଲିସ୍ ହଷ୍ଟେଲରେ ପଶିଥିବା ବେଳେ ବିପୁଳ ପରିମାରଣ ବିସ୍ଫୋରକ ମହଜୁଦ ଥିବା ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍ ସର୍ଚ୍ଚ ଅପରେସନକୁ ଜୋରଦାର କରି ବମ୍, ବନ୍ଧୁକ ଆଦି ଜବତ କରିଥିଲା।
ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଛରା କରୁଛି। ତେବେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ କିଏ ହଷ୍ଟେଲ ଭିତରକୁ ଆଣିଥିଲା, ଏହାର ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହୋଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଜଧାନୀରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ହାଣି ଯୁବତୀଙ୍କୁ ଟେକିନେଲେ
ଯୁବତୀଙ୍କ ପୁରୁଷ ବନ୍ଧୁ ବାରଣ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
Crime
ମନ୍ଦିର ହୁଣ୍ଡି ଭାଙ୍ଗିଲେ, କଳାକନା ବୁଲାଇଦେଲେ ଲୁଟେରା
ମନ୍ଦିରକୁ ବି ଛାଡ଼ୁ ନାହାନ୍ତି ଲୁଟେରା। ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଇ ଦେଉଛନ୍ତି କଳାକନା।
Crime
ବ୍ରାଉନସୁଗର ନା ମୁଲତାନୀ ମାଟି; ଜବତ ସାମଗ୍ରୀକୁ ନେଇ ପ୍ରବଳ ଉତ୍ତେଜନା
ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି। ମିଛ କେସ୍ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଚାବି ଅଟକ ରଖିଛନ୍ତି।
Crime
ବାପପୁଅ ପାଲଟିଗଲେ ଜହ୍ଲାଦ; ୪ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ, ଜଣେ ମୃତ
ଚୋରି ସନ୍ଦେହରେ ବାପପୁଅ ପାଲଟିଗଲେ ଜହ୍ଲାଦ । ଘଟାଇଲେ ତାଲବାନୀ ବର୍ବରତା । ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଖୁଣ୍ଟରେ ବାନ୍ଧି ନିଷ୍ଣୁର ପିଟିଲେ। ସେମାନଙ୍କ ଚିତ୍କାର ବି ବାପପୁଅଙ୍କ ମନକୁ ତରଳାଇ ପାରିଲାନି।
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।