Advertisment

ଅଭିଯୁକ୍ତକୁ ଧରିବାକୁ ହଷ୍ଟେଲରେ ପଶିଥିଲା ପୁଲିସ୍‌, ପାଇଲା ପୁଳା ପୁଳା ବୋମା, ବନ୍ଧୁକ

କିଛି ଦିନ ପୂର୍ବେ ହଷ୍ଟେଲରେ ରହୁଥିବା ଜଣେ ବ୍ୟକ୍ତି ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ।

Bomb

Bomb

Advertisment

ହଷ୍ଟେଲ ରୁମ୍‌ରୁ ବାହାରିଲା ୩୦ଟି ବୋମା । ତା’ ସହ ୨ଟି ବନ୍ଧୁକ ଓ ମାରଣାସ୍ତ୍ର ବି ଜବତ ହୋଇଛି। ଏପରି ଘଟଣା ଉତ୍ତରପ୍ରଦେଶର ରାଜଧାନୀ ୟୁନିଭରସିଟି ଅଫ୍‌ ଆହ୍ଲାବାଦର ହଷ୍ଟେଲରୁ ଜବତ ହୋଇଛି। ଏହି ହଷ୍ଟେଲରୁ ହିଁ ଉମେଶ ପାଲ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ସଦକତ୍‌ ଗିରଫ ହୋଇଥିଲା।

Advertisment

କିଛି ଦିନ ପୂର୍ବେ ହଷ୍ଟେଲରେ ରହୁଥିବା ଜଣେ ବ୍ୟକ୍ତି ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଏନେଇ ସେ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ୍ ଘଟଣାର ଛାନଭିନ ଆରମ୍ଭ କରି ହଷ୍ଟେଲରେ ଚଢ଼ାଉ କରିଥିଲା। ଅଭିଯୁକ୍ତଙ୍କୁ ଖୋଜିବାକୁ ପୁଲିସ୍‌ ହଷ୍ଟେଲରେ ପଶିଥିବା ବେଳେ ବିପୁଳ ପରିମାରଣ ବିସ୍ଫୋରକ ମହଜୁଦ ଥିବା ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ସର୍ଚ୍ଚ ଅପରେସନକୁ ଜୋରଦାର କରି ବମ୍‌, ବନ୍ଧୁକ ଆଦି ଜବତ କରିଥିଲା।

Advertisment

ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଛରା କରୁଛି। ତେବେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ କିଏ ହଷ୍ଟେଲ ଭିତରକୁ ଆଣିଥିଲା, ଏହାର ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହୋଇନାହିଁ। 

Uttar Pradesh Bomb Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe