Advertisment

ବାଲେଶ୍ୱରରୁ ହଟିଲା କର୍ଫ୍ୟୁ

ଆଜି ସହରରୁ କର୍ଫ୍ୟୁ ସଂପୂର୍ଣ୍ଣ ପ୍ରତ୍ୟାହୃତ ହୋଇଛି। ସେପଟେ ଘଟଣାରେ ୪୫ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
Baleswar

Baleswar

ବାଲେଶ୍ୱରରୁ ହଟିଲା କର୍ଫ୍ୟୁ। ବାଲେଶ୍ୱର ସହରରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ ହୋଇଛି। ସ୍ଥିତି ସ୍ୱାଭାବିକ ହେବା ପରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ହଟାଯାଇଛି। ଜିଲ୍ଲାପାଳ ଆଶିଷ ଠାକରେ କର୍ଫ୍ୟୁ ହଟିବା ନେଇ ସୂଚନା ଦେଇଛନ୍ତି। ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ସହରରେ କର୍ଫ୍ୟୁ ଲାଗିଥିଲା। ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେବା ପରେ କୋହଳ ହୋଇଥିଲା କଟକଣା। ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରୁ କର୍ଫ୍ୟୁ ହଟାଯାଇଥିଲା। ଆଜି ସହରରୁ କର୍ଫ୍ୟୁ ସଂପୂର୍ଣ୍ଣ ପ୍ରତ୍ୟାହୃତ ହୋଇଛି। ସେପଟେ ଘଟଣାରେ ୪୫ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି।

Advertisment

ଗତ ୧୭ ତାରିଖ ସୋମବାର ବାଲେଶ୍ୱର ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ। ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଥିଲା।

ସୁଏଲପୁର ଓ ଦପ୍ତରସାହିର ଅଞ୍ଚଳର କିଛି ସ୍ଥାନରେ ଗାଡ଼ି ଭଙ୍ଗାରୁଜା ଓ ଦୋକାନ ଆସବାବପତ୍ରରେ ନିଆଁ ଲଗାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୁଲିସ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ। ଏହାପରେ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଥିଲା।

Advertisment
Curfew