Advertisment

ଚୋରା ଚାଲାଣ ବେଳେ ଏୟାରପୋର୍ଟରୁ ଜବତ ହେଲା ୧୨ iPhone 16 Pro Max

୪ ଜଣ ଯୁବକ ଏହାକୁ ବିମାନ ଯୋଗେ ଦୁବାଇରୁ ଭାରତକୁ ଆଣିଥିଲେ। ତେବେ ସେମାନେ ଏୟାରପୋର୍ଟ ବାହାରକୁ ଯିବା ପୂର୍ବରୁ କଷ୍ଟମ ବିଭାଗ ସେମାନଙ୍କୁ ମାଡ଼ି ବସିଛି।

Iphone

Iphone

Advertisment

ନିକଟରେ ଲଞ୍ଚ ହୋଇଥିବା iPhone 16 Pro Maxର ଚୋର ଚାଲାଣ ଆରମ୍ଭ ହୋଇଯାଇଛି। ଚୋରା ଚାଲାଣ ବେଳେ ଏୟାରପୋର୍ଟରୁ ଜବତ ହୋଇଛି ୧୨ଟି iPhone 16 Pro Max ମୋବାଇଲ।

Advertisment

୪ ଜଣ ଯୁବକ ଏହାକୁ ବିମାନ ଯୋଗେ ଦୁବାଇରୁ ଭାରତକୁ ଆଣିଥିଲେ। ତେବେ ସେମାନେ ଏୟାରପୋର୍ଟ ବାହାରକୁ ଯିବା ପୂର୍ବରୁ କଷ୍ଟମ ବିଭାଗ ସେମାନଙ୍କୁ ମାଡ଼ି ବସିଛି।

ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂରା ଘଟଣା ଘଟିଥିଲା। ଦୁବାଇରୁ ଇଣ୍ଡିଗୋ ବିମାନରେ ୪ ଜଣ ଯୁବକ ଏଠାକୁ ଆସିଥିଲେ। ସେମାନେ iPhone 16 Pro Maxର ଚୋରା ଚାଲାଣ କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା।

Advertisment

ଏହି ସୂଚନା ଆଧାରରେ ସେମାନଙ୍କ ଯାଞ୍ଚ କରାଯାଇଥିଲା। ଏହି ସମୟରେ ସେମାନଙ୍କ ପାଖରକୁ ଟିସ୍ୟୁ ପେପରରେ ଘୋଡ଼ା ଯାଇଥିବା ୧୨ଟି ନୂଆ iPhone 16 Pro Max ମୋବାଇଲ ମିଳିଥିଲା। ସେମାନେ ଏହି ମୋବାଇଲ ଗୁଡ଼ିକୁ ଦୁବାଇରୁ ଭାରତ ଆଣିଥିଲେ।

iPhone 16 Pro Max ହେଉଛି ଆପଲ କମ୍ପାନୀର ସବୁଠାରୁ ଦାମୀ ମୋବାଇଲ। ଗତ ମାସରେ ସମଗ୍ର ବିଶ୍ୱରେ ଏହାର ଲଞ୍ଚ ହୋଇଥିଲା। ଏହାର ଦାମ, ୧,୪୪,୯୦୦ ଟଙ୍କା ରହିଛି।

୧୨ଟି ଯାକ iPhone 16 Pro Max ମୋବାଇଲ ଜବତ ହେବା ପରେ କଷ୍ଟମ ବିଭାଗ ପକ୍ଷରୁ ଏହାର ଭିଡିଓ ଜାରି କରାଯାଇଛି। ଅଧିକାରୀମାନେ ମୋବାଇଲଗୁଡ଼ିକୁ ଟିସ୍ୟୁ ପେପର ଭିତରକୁ ବାହାର କରୁଥିବା ଏଥିରେ ଦେଖିବାକୁ ମିଳୁଛି।

ଏହାପୂର୍ବରୁ ସମାନ ଏୟାରପୋର୍ଟରୁ ଜଣେ ମହିଳାଙ୍କ ଠାରୁ ୨୬ଟି iPhone 16 Pro Max ମୋବାଇଲ ଜବତ କରାଯାଇଥିଲା। ସେ ହଂକଂରୁ ମୋବାଇଲ ଗୁଡ଼ିକୁ ଧରି ଭାରତ ଆସିଥିଲେ।

ହଂକଂରେ iPhone 16 Pro Maxର ଦାମ ଭାରତ ତୁଳନାରେ ୩୬,୪୦୦ ଟଙ୍କା ଶସ୍ତା। ସେହିପରି ହଂକଂ ବାହାର ଲୋକ ଏହାକୁ କିଣିଲେ ୫ରୁ ୧୨% ଅତିରିକ୍ତ ଟିକସ ଦେବାକୁ ମଧ୍ୟ ପଡ଼ିବ।

Delhi Iphone
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe