କଟକ: କଟକ ବାଦାମବାଡିରେ ଆଜି ସନ୍ଧ୍ୟାରେ ଜଣେ ମହିଳା କନଷ୍ଟେବଳଙ୍କୁ ଚଳନ୍ତା ଅଟୋରୁ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଛି। ଅଟୋ ଡ୍ରାଇଭର ତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଆହତ କନଷ୍ଟେବଳଙ୍କ ନାଁ ନୂତନ ଏକ୍କା। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ବାଦାମବାଡି ଛକରେ ନୂତନ ଡ଼୍ୟୁଟିରେ ଥିଲେ। ଏହି ସମୟରେ ଏକ ଅଟୋ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଟ୍ରାଫିକ ନିୟମ ଭାଙ୍ଗି ଦ୍ରୁତଗତିରେ ପଳାଇ ଯାଉଥିଲା। ଅଟୋଟିକୁ ନୂତନ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଅଟୋଟି ରହି ନ ଥିଲା। ଫଳରେ ନୂତନ ଚଳନ୍ତା ଅଟୋ ଭିତରକୁ ଚଢି ଯାଇଥିଲେ। ତେବେ ଅଟୋ ଡ୍ରାଇଭର ତାଙ୍କୁ ଜୋରରେ ଧକ୍କା ଦେଇଥିଲେ। ଫଳରେ ସେ ଚଳନ୍ତା ଅଟୋରୁ ପଡି ଯାଇଥିଲେ। ପୋଲିସ ସମ୍ପୃକ୍ତ ଅଟୋକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଜଧାନୀରେ ଚାଞ୍ଚଲ୍ୟ; ଚଳନ୍ତା ସ୍କୁଟିରେ ଯାଉଥିବା ଯୁବକଙ୍କୁ ଚୋଟ, ମୁଣ୍ଡ-ଗଣ୍ଡି ଅଲଗା
ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ।
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Crime
ସେହି କାଳ ରାତି ନେଇଗଲା ୨ ବିଜେପି ନେତାଙ୍କ ଜୀବନ
କାରରେ ଥିଲେ ୬ ଜଣ। ଆଗରେ ବସିଥିଲେ ଡ୍ରାଇଭରଙ୍କ ସମେତ ୨ ଜଣ। ପଛରେ ବସିଥିଲେ ୪ ଜଣ। ହାଇୱା ୩ ଥର ଦେଇଥିଲା ଧକ୍କା। ଏଥିରେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିଲା।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।
Crime
ଆଇସିୟୁରେ ରଖି କରାଯାଉଥିଲା ଚିକିତ୍ସା, ଡାକ୍ତରଖାନା ଛାତରୁ ପଡ଼ି ଚାଲିଗଲା ଜୀବନ
କଡ଼ା ସୁରକ୍ଷା ମଧ୍ୟରେ ରହୁଥିବା ଆଇସିୟୁରୁ ଜଣେ ରୋଗୀ ବାହାରକୁ ଆସିଲେ କେମିତି ?